ଗଣଧାରଣାରେ କଂଗ୍ରେସ

ବରଗଡ଼: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ନେଇ କଂଗ୍ରେସ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ୬ ତାରିଖ ଯାଏଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ କରିଛି। ଫସଲହାନି ଯୋଗୁଁ ଚାଷୀ ଆତ୍ମହତ୍ୟା ଘଟଣାକୁ ସରକାର ସ୍ୱୀକାର କରନ୍ତୁ। ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଉଚିତ ଥଇଥାନ, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଧାର୍ଯ୍ୟ, ଚାଷୀଙ୍କୁ ସଂପୂର୍ଣ୍ଣ ଋଣ ଛାଡ, କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ଇନ୍‌ପୁଟ୍‌ ସବସିଡି, ଉଠା ଜଳସେଚନକୁ ମାଗଣା ବିଜୁଳି ଆଦି ଦାବି ୮ ଦଫା ଦାବି ନେଇ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌, ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ ବିଧାୟକ ସାଧୁ ନେପାକ, ନିହାର ମହାନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢୀ, ହରଦୀପ ସିଂ, ଆନନ୍ଦ ପ୍ରଧାନ, ଲିପନ ଦାଶ, ନିରଦାନନ୍ଦ ଦାଶ, କାଳୀଚରଣ ତ୍ରିପାଠୀ, ରାମଚନ୍ଦ୍ର ପ୍ରଧାନ, ବୀରେନ୍ଦ୍ର କର, ବୁଦ୍ଧଦେବ ନନ୍ଦ, ମନୋଜ ଶତପଥୀ, ଜିତେନ୍ଦ୍ର ପୋଢ, ତମରେଶ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଗଣଧାରଣା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର