ଢ଼େଙ୍କାନାଳ: ଜନ୍ମ ନେଲେ ଯୋଡା ଶିଶୁ କନ୍ୟା, ଦୁଇ ଶିଶୁଙ୍କ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ରହିଛି

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଯୋଡା ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଛନ୍ତି। ଉକ୍ତ ନବଜାତ ଦୁଇ ଶିଶୁଙ୍କ ଛାତିରୁ ପେଟ ଯାଏ ଯୋଡି ହୋଇ ରହିଥିବା ଦେଖିବାକୁ ମିଳିଛି। ପ୍ରସବ ପରେ ମା’ ଓ ଶିଶୁ କନ୍ୟା ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। କିନ୍ତୁ ଅଧିକ ଚିକିତ୍ସା ପାଇଁ ଆଜି ଦୁହିଁଙ୍କୁ କଟକସ୍ଥିତ ଶିଶୁଭବନକୁ  ପଠା ଯାଇଛି।

ସୂଚନାଯୋଗ୍ୟ, ପର୍ଜଙ୍ଗ ଥାନା ଖାଲପାଳ ଗାଁର ରେଣୁବାଳା ବେହେରା ନାମକ ଜଣେ ମହିଳା ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡା ଶିଶୁ କନ୍ୟା ପ୍ରସବ କରିଛନ୍ତି। ଦୁଇ ଶିଶୁଙ୍କର ଓଜନ ସାଢ଼େ ୪କେଜି ରହିଛି। ଯୋଡା ଶିଶୁ କନ୍ୟା ଜନ୍ମ ହେବା ଜାଣିବା ପରେ ଡାକ୍ତରଖାନା ପରିସରରେ ଉକ୍ତ ଶିଶୁ ଦୁହିଁଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗି ରହିଥିଲା। ତେବେ ଏହା ପୂର୍ବରୁ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜାଗା-ବଳିଆ ଚର୍ଚ୍ଚାକୁ ଆସିଥିଲେ। ଦୁହିଁଙ୍କ ଅସ୍ତ୍ରୋପଚାର ଦିଲ୍ଲୀସ୍ଥିତ ଏମ୍ସରେ ସଫଳତା ସହ ହୋଇଥିଲା। ଅସ୍ତ୍ରୋପଚାର ପରେ ଦୁହିଁଙ୍କୁ ଅଲଗା କରାଯାଇଥିଲା। ଏବେ ଜଗା-ବାଳିଆ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର