ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ବାଲିଖଣି ଗ୍ରାମରେ ଏକ ପରିବାରର ଲୋକଙ୍କୁ ଜ୍ୱର ନଛାଡିବାରୁ ଘରେ ପଶି ଅନ୍ୟ ଜଣେ ପରିବାରକୁ ଡାହାଣୀ ସଂଦେହରେ ପାଞ୍ଚ ଜଣ ପିଟିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାଯାଏ ଯେ, ଦୀର୍ଘ ଦିନ ହେଲା ବାଲିଖଣି ଗ୍ରାମର ବାବଲୁ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ୱର ନ ଛାଡି ବାରୁ ଏକ ବୈଠକ ହୋଇଥିଲା।
ଏହି ବୈଠକରେ ଗ୍ରାମର ମଙ୍ଗଳ ହାଃସଦା ଓ ତାଙ୍କ ସ୍ତ୍ରୀ ଆମ୍ବ ହାଃସଦାଙ୍କ ପାଇଁ ଜ୍ୱର ଛାଡୁ ନାହିଁ ବୋଲି ଗୁଣି ପାଖରୁ ଗ୍ରାମବାସୀ ଜାଣି ବାକୁ ପାଇ ଥିଲେ। ଗ୍ରାମର ପାଞ୍ଚ ଜଣ ଆମ୍ବ ହାଃସଦାଙ୍କୁ ଡାହାଣୀ କହି ପିଟା ମରା କରିଥିଲେ। ସ୍ୱାମୀ ମଙ୍ଗଳ ହାଃସଦା ମଧ୍ୟ ମାଡରୁ ବତ୍ତି ନଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/FIR.jpg)