ଆନନ୍ଦପୁର : କାର ଓଲଟି ପତିପତ୍ନୀ ମୃତ, ପୁଅ ଗୁରୁତର

0 1,700

ଆନନ୍ଦପୁର/ଠାକୁରମୁଣ୍ଡା: ଝାଡ଼ଖଣ୍ଡର ଟାଟାରୁ ଢେଙ୍କାନାଳ ଆସୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିର ନାକଝରି ନାଳ ନିକଟରେଏକ କାର ଭାରସାମ୍ୟ ହରାଇ ଘାଟିତଳକୁ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ବାପାମାଆଙ୍କର ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ସେମାନଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ,ଢେଙ୍କାନାଳ ମାର୍ଥାପୁର ଗାଁର ଦେବଦତ୍ତ ମିଶ୍ର, ତାଙ୍କ ପତ୍ନୀ ପୂର୍ଣ୍ଣଶଶୀ ମିଶ୍ର ଏକ କାର ଯୋଗେ ପୁଅ ସହିତ ଟାଟାରୁ କରଞ୍ଜିଆ ଠାକୁରମୁଣ୍ଡା ଦେଇ ଫେରୁଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ କାରଟି ଠାକୁରମୁଣ୍ଡା ଠାରୁ ପ୍ରାୟ ୨୦ କିୀଲୋମିଟର ଦୂର ନାକଝରି ନାଳ ନିକଟରେ ଓଲଟି ପଡ଼ିଥିଲା। କାରକୁ ଦେବଦତ୍ତ ମିଶ୍ରଙ୍କ ପୁଅ ଚଳାଉଥିଲେ। ଏହି ଦୁର୍ଘଟଣାରେ ଦେବଦତ୍ତ ମିଶ୍ର ଓ ପୂର୍ଣ୍ଣଶଶୀ ମିଶ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିଲା। ସେମାନଙ୍କ ପୁଅ ଆହତ ହୋଇଥିଷଳ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରିଥିଳା। ମୃତ ଶ୍ରୀ ମିଶ୍ର ଓ ତାଙ୍କ ପତ୍ନୀଙ୍କ ମୃତଦେହ କେନ୍ଦୁଝର ଜିଲ୍ଲା ଆନନଦପୁର ଡାକ୍ତରଖାନାରେ ରଖାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.