ଜୟପୁର: ରେଲେଓ୍ଵ ଟ୍ରାକ୍‌ରେ ପଡ଼ିଛି ପ୍ରେମୀଯୁଗଳଙ୍କ ମୃତଦେହ

ଜୟପୁର: ରାତି ୨ଘଣ୍ଟା ୩୦ ମିନିଟ। ହଠାତ ଏକ ମାଲବାହୀ ଗାଡ଼ି ଆଗକୁ ଚାଲି ଆସିଲେ ଦୁଇ ଜଣ। ଜଣେ ୨୩/୨୪ ବର୍ଷୀୟ ଯୁବତୀ, ଆଉ ଜଣେ ୨୪./୨୫ ବର୍ଷୀୟ ଯୁବକ। ଚାହୁଁ ଚାହୁଁ ସେମାନଙ୍କ ଉପରେ ଚଢ଼ିଗଲା ଲୌହଦାନବ ପରି ମାଲଗାଡିଟି।ରେଲ ଧାରଣାର ଦୁିପଟୁକୁ ଛିଟିକି ପଡ଼ିଲେ ଦୁଇଜଣ।ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼-କୁସୁମୀ ରେଳ ଷ୍ଟେସନ ମଝିରେ। କେତେକ ଏହି ଯୁବକ ଯୁବତୀଙ୍କୁ ପ୍ରେମୀଯୁଗଳ ବୋଲି କହୁଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା କିମ୍ବା ହତ୍ୟା ମାମଲା ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ମାଲଗାଡ଼ିି ଯାଉଥିବାବେଳେ ଏଥିରେ କଟିି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଯୁବତୀଙ୍କ ମୁଣ୍ଡ ଗଣ୍ଡିଠାରୁ ଅଲଗା ହୋଇ ଟ୍ରାକ୍‌ର ଗୋଟିଏ ପଟେ ପଡ଼ିଥିବା ବେଳେ ଯୁବକ ଜଣକ ଟ୍ରାକ୍‌ ମଝିରେ ପଡ଼ିଛି। ତେବେ ସେମାନଙ୍କ ବୟସରୁ ଏହି ଦୁଇଜଣ ପ୍ରେମୀଯୁଗଳ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛିି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର