ବେଗୁନିଆପଡ଼ା: ୧୦ମାସ ଧରି ଘରୁ ଫେରାର ହେବା ପରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବେଗୁନିଆପଡ଼ା: ଅଗାଁରଗାଁ ନିକଟସ୍ଥ ବୋରିଆ ସାହି ସୋସାଇଟି ସମ୍ମୁଖରେ ସୋମବାର ଅପରାହ୍ନରେ ଏକ ପ୍ରେମୀଯୁଗଳ ଆତ୍ମାହୁତି କରିଥିବା ଜଣାପଡ଼ିଛି। ଦୁହେଁ ବୋରିଆ ସାହି ସୋସାଇଟିସ୍ଥିତ ଥିବା ଏକ ଆମ୍ବଗଛରେ ଓଢ଼ଣିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ନାମ ସାଗରୀ ବେହେରା ଓ ତାଙ୍କ ଘର ଖଡ଼ିକାଢ଼େପ ଗ୍ରାମରେ ଓ ଯୁବକଙ୍କ ନାମ ହଟିଆ ମୁଦୁଲି ଓ ତାଙ୍କ ଘର ଅଗାଁରଗାଁରେ ବୋଲି ଜଣାପଡ଼ିଛି। ହଟିଆ ମୁଦୁଲି ପୂର୍ବରୁ ବିବାହିତ ଥିଲେ। ତାଙ୍କର ଗୋଟିଏ ୫ବର୍ଷର ପୁଅ ଓ ତିନିବର୍ଷର ଝିଅ ଅଛନ୍ତି।

ସୂଚନାଯୋଗ୍ୟ, ସାଗରୀ ଓ ହଟିଆ ୧୦ମାସ ଧରି ଘରୁ ଫେରାର ଥିଲେ। ସୋମବାର ଦୁହିଁଙ୍କ ମୃତଦେହ ବୋରିଆ ସାହି ସୋସାଇଟିସ୍ଥିତ ଆମ୍ବଗଛରେ ଝୁଲିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଅଗାଁରଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର