୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ଟି ଗାଈଙ୍କର ମୃତ୍ୟୁ; ପ୍ରତିବାଦରେ ଭଙ୍ଗାରୁଜା, ରାସ୍ତାରୋକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଦାଣ୍ଡିସାହି କଲେଜ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ଟି ଗାଈଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦାଣ୍ଡିସାହି କଲେଜ ନିକଟରେ ବର୍ଷାପବନ ହେତୁ ଏକ ୧୧କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଏହା ସଂସ୍ପର୍ଶରେ ଆସି ୬ଟି ଗାଈଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୪ଟି ଗାଈ ଗର୍ଭବତୀ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ବିଦ୍ୟୁତ ଆବଣ୍ଟନ ସହ ଜଡ଼ିତ ଏକ ଘରୋଇ ସଂସ୍ଥାର ଅଫିସରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କ୍ଷତିପୂରଣ ଦାବିରେ କଲେଜ ଛକରେ ଉତ୍ତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧିତ ଖବର