ଜୟପୁର: ପୁଲିସ ଉପରକୁ ଗୁଳି କରି ଖସିଗଲେ ଅପରାଧୀ

ଜୟପୁର: ଜୟପୁର ସହର ଏବେ ଅପରାଧୀଙ୍କ ଚରାଭୁଇଁ ପାଲଟିଛି। ଅପରାଧୀମାନେ ଆଉ ପୁଲିସକୁ ଭୟ କରୁ ନାହାଁନ୍ତି। ବରଂ ପୁଲିସକୁ ଭୟଭୀତ କରିବା ପାଇଁ ଅପରାଧୀମାନେ ପୁଲିସ ଉପରକୁ ଗୁଳି ଚଳାଇବାକୁ ମଧ୍ୟ ଦ୍ୱିଧା କରୁ ନାହାଁନ୍ତି। ଏହିପରି ଏକ ଘଟଣାକ୍ରମରେ ଗତକାଲି ବିଳମ୍ବିତ ରାତିରେ ଜୟପୁର ସହରରେ ପୁଲିସ-ଅପରାଧୀ ଗୁଳି ବିନିମୟ ଘଟିଛି। ପୁଲିସ ଉପରକୁ ଗୁଳି ଚଳାଇ କେତେକ ଅପରାଧୀ ଖସିଯିବାକୁ ସକ୍ଷମ ହୋଇଛନ୍ତି। ଏହି ଘଟଣା ପରେ ପୁଲିସ ତଦନ୍ତ ଓ ଚଢ଼ାଉକୁ ଜୋରଦାର କରିଛି।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତି ପ୍ରାୟ ୩ଟା ୪୫ ହସ୍‌ପିଟାଲ ବାଇପାସ ରୋଡରେ ପୁଲିସ ପାଟ୍ରୋଲିଂ ଚାଲିଥିବା ବେଳେ ସେହି ବାଟ ଦେଇ ଯାଉଥିିବା ୨ ଜଣ ଅପରାଧୀଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ଅପରାଧୀମାନେ ପୁଲିସ ଉପରକୁ ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସ ସଙ୍ଗେ ସଙ୍ଗେ ପୋଜିସନ ନେଇ ଅପରାଧୀଙ୍କ ଗୁଳିର ଜବାବ ଦବା ସହିତ ୩ ରାଉଣ୍ଡ ଗୁଳି ଚଳାଇଥିଲା। ତେବେ ଏହି ଗୁଳି ବିନିମୟରେ କେହି ଆହତ ହୋଇ ନାହାଁନ୍ତି। ମାତ୍ର ଏହି ସମୟ ମଧ୍ୟରେ ଅପରାଧୀମାନେ ପୁଲିସକୁ ଚକମା ଦେଇ ଖସିଯିବରେ ସକ୍ଷମ ହୋଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଖୋକା ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର