ଚାନ୍ଦବାଲି: ଚିଙ୍ଗୁଡି ଘେରି ଭିତରେ ପଶିଲା ବଉଳା କୁମ୍ଭୀର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମନ୍ତେଇ ନଦୀକୂଳସ୍ଥିତ କରଞ୍ଜମାଳ ପଞ୍ଚାୟତର ବିଇଞ୍ଚା ଗ୍ରାମରେ ସୋମବାର ଅପରାହ୍ନରେ ଏକ ଚିଙ୍ଗୁଡି ଘେରି ଭିତରକୁ ବଉଳା କୁମ୍ଭୀର ପଶି ଆସିଥିବା ଖବର ମିଳିଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ସୂଚନାଯୋଗ୍ୟ, ଚିଙ୍ଗୁଡି ଘେରିଟି ମନ୍ତେଇ ନଦୀ କୂଳରେ ଥିବାରୁ ବଉଳା କୁମ୍ଭୀରଟି ଏକ ଛୋଟ ନାଳ ଦେଇ ପୋଖରୀ ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଆଜି ସକାଳେ ଏହି ଚିଙ୍ଗୁଡ଼ି ଘେରିରେ କାମ କରୁଥିବା କିଛି କର୍ମଚାରୀ ପାଣିରେ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟଲୋକଙ୍କୁ ଖବର ଦେଇଥିଲେ। ଏହାପରେ କୁମ୍ଭୀରକୁ ଦେଖିବା ପାଇଁ ଚିଙ୍ଗୁଡ଼ି ଘେରି ନିକଟରେ ଲୋକଙ୍କ ଭିଡ ଜମି ଥିଲା। ଘଟଣା ସମ୍ପର୍କ ବନବିଭାଗ କର୍ମଚାରୀ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବଉଳା କୁମ୍ଭୀରକୁ ଧରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର