ରାୟଗଡ଼ା: ଫାୟାରିଂ ରେଞ୍ଜରେ ନକ୍ସଲ ଲଗାଇଥିିବା ଲ୍ୟାଣ୍ଡ ମାଇନ୍ସକୁ ଅକାମି କଲେ ବମ୍‌ ସ୍କ୍ଵାଡ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଆରପିଏଫ୍‌ ରେଞ୍ଜର ଫାୟାରିଂ ରେଞ୍ଜରେ ନକ୍ସଲମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ସକୁ ସିଆରପିଏଫ ଓ ରାୟଗଡ଼ା ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ଡିଫ୍ୟୁଜ୍‌ କରିବାରେ ସଫଳ ହୋଇଛନ୍ତି। ଗତକାଲି ଫାୟାରିଂ ପାଇଁ ଯାଇଥିବା ସିଆରପିଏଫ୍‌ ଜବାନମାନେ ଲ୍ୟାଣ୍ଡମାଇନ୍ସକୁ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଅପରାହ୍ଣରେ ଉଭୟ ସିଆରପିଏଫ ଓ ରାୟଗଡ଼ା ପୁଲିସ ବମ୍‌ ସ୍କ୍ଵାଡ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଅକାମି କରି ଦେଇଛନ୍ତି।

ସମ୍ବନ୍ଧିତ ଖବର