ସିଆରପିଏଫ ଇନ୍‌ସପେକ୍ଟରଙ୍କ ହୃଦଘାତରେ ମୃତ୍ୟୁ

କନ୍ଧମାଳ: କୋଟଗଡ ଥାନା ଶ୍ରୀରାମପୁର ଠାରେ ଥିବା ସିଆରପିଏଫର ଅଷ୍ଟମ ବାଟାଲିଆନ କ୍ୟାମ୍ପରେ କାର୍ଯ୍ୟରତ ଇନ୍‌ସପେକ୍ଟର ଡିଲେସର ବୁଡ଼ାଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀ ବୁଡ଼ା ସବୁ ଦିନ ପରି ଆଜି ମଧ୍ୟ ନିଜ କାର୍ଯ୍ୟ କରୁଥିବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ତାଙ୍କୁ ସାଙ୍ଗେ ସାଙ୍ଗେ କୋଟଗଡ ଗୋଷ୍ଠୀ କେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଡିଲେସରଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ବୋଲି ଜଣା ପଡିଛ। ତାଙ୍କ ଘର ଲୋକଙ୍କୁ ଖବର ଦିଆ ଯାଇଛି ଏବଂ ପରିବାର ଲୋକେ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯିବ। କନ୍ଧମାଳ ଜିଲ୍ଲାରେ ମାଓବାଦୀ ମୁକାବିଲା ପାଇଁ ସିଆରପିଏଫ ଯବାନମାନେ ମୃତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର