ବାଲେଶ୍ୱରରେ ପହଞ୍ଚିଲେ ୧୦୨୧ ପ୍ରବାସୀ, ବଢ଼ିଲା କର୍ଫ୍ୟୁ ଅବଧି

ବାଲେଶ୍ୱର: ଆଜି ଗୁଜୁରାଟର ମୋର୍ବିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ୧୦୨୧ଜଣ ପ୍ରବାସୀ ବାଲେଶ୍ବର ଷ୍ଟେସନରେ ଓହ୍ଲାଇଛନ୍ତି। ବ୍ଲକ ଓ ପୌରାଞ୍ଚଳ ପାଇଁ ଅଲଗା ଅଲଗା କାଉଣ୍ଟର ଖୋଲାଯାଇଥିଲା। ପ୍ରତ୍ୟେକ ନିଜ ନିଜ କାଉଣ୍ଟରକୁ ଯାଇ ବ୍ଲକ ଓ ପୌରାଞ୍ଚଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ କରିଥିଲେ। ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଓ ଷ୍ଟାମ୍ପିଂ କରାଯାଇଥିଲା। ଏହା ପରେ କଡ଼ା ସୁରକ୍ଷା ଭିତରେ ସ୍ବତନ୍ତ୍ର ବସରେ ପ୍ରବାସୀମାନଙ୍କୁ ସେମାନଙ୍କ ବ୍ଲକ ଓ ପୌରାଞ୍ଚଳର ସଂଗରୋଧ କେନ୍ଦ୍ରକୁ ପଠାଯାଇଥିଲା। ତେବେ ଆଜି ୪ଟି ସ୍ବତନ୍ତ୍ର ଟ୍ରେନ୍‌ରେ ୪ହଜାର ପ୍ରବାସୀ ଆସିବାକୁ ଥିବା ବେଳେ ବିଳମ୍ବ ଯୋଗୁଁ ଆଜି ରାତି ପ୍ରାୟ ୧୦ଟା ସୁଧା ୧୦୨୧ ପ୍ରବାସୀ ବାଲେଶ୍ବରରେ ପହଞ୍ଚିଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ରେଳଷ୍ଟେସନ ଓ ଷ୍ଟେସନର ଛକରୁ ଶହେ ମିଟର ପରିଧି ପର୍ଯ୍ୟନ୍ତ ଅଞ୍ଚଳକୁ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ରାତି ୧୨ଟାରୁ ଆସନ୍ତାକାଲି ରାତି ୧୨ଟା ପର୍ଯ୍ୟନ୍ତ ବଢ଼ାଇଛି ପ୍ରଶାସନ।

ସମ୍ବନ୍ଧିତ ଖବର