ଦୁଇ ଗୁଣା ଟଙ୍କା ଲୋଭରେ ଫସିଲେ ୨ ବ୍ୟବସାୟୀ : କାଗଜ ଭର୍ତ୍ତି ଆଟାଚି ଦେଇ ଠକି ନେଲେ ୨୫ ଲକ୍ଷ, କଲିକତାରୁ କୁଖ୍ୟାତ ଠକ ଗିରଫ

ଫୁଲନଖରା : ପୁରୁଣା ଟଙ୍କା ବଦଳରେ ମିଳିବ ନୂଆ ଟଙ୍କା। ତାହା ପୁଣି ଦୁଇଗୁଣ। ବ୍ୟବସାୟୀଙ୍କୁ ଏଭଳି ପ୍ରଲୋଭନ ଦେଖାଇ ୨୫ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଅନ୍ତଃରାଜ୍ୟ ଠକକୁ ପୁଲିସ ଗିିରଫ କରିିଛି। ଓଡ଼ିଶା ଓ ପଶ୍ଚିମବଂଗ ପୁଲିସ ମିଳିତ ଭାବେ ଚଢ଼ଉ କରି କଲିକତାର ହୁଗୁଳି ଥାନା ନନ୍ଦପୁର ଗ୍ରାମରୁ କୁଖ୍ୟାତ ଠକ ରଂଜନ ଦାସ ଓରଫ୍ ପ୍ରଦୀପ ମାଇତିକୁ ଗିରଫ କରିଛି। ଗତ ୫ତାରିଖରେ ପୁଲିସ ପ୍ରଦୀପକୁ କଲିକତାରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡ୍‌ରେ ଓଡ଼ିଶା ଆଣିବା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ପ୍ରଦୀପଠାରୁ ୨୦ହଜାର ଟଙ୍କା ଜବତ୍ କରିିଥିବା ବେଳେ ଏହି ପୁୁରୁଣା ନୋଟ୍ ବଦଳରେ ଦୁଇ ଗୁଣ ନୂଆ ନୋଟ୍‌ ରୢାକେଟ୍‌ରେ ଅନ୍ତଃରାଜ୍ୟ ଠକ ସକ୍ରିୟ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଜେରା ବେଳେ ଅଭିଯୁକ୍ତ ପ୍ରଦୀପ ଠକେଇରେ ଅନ୍ୟ ମାନେ ସଂପୃକ୍ତି ଥିବା ମାନିଥିବାରୁ ତା’ ସହଯୋଗୀକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ରାଣୀହାଟ ଛକରେ ବିଚିତ୍ରାନନ୍ଦ ଦାସ ଓ ସନ୍ତୋଷ ପଣ୍ତାଙ୍କ ଏକ ଓୗଷଧ ଦୋକାନ ରହିଛି। ଗତ ମାସ ୯ ତାରିଖରେ କଲିକତା ହୁଗୁଳି ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ଅଭିଯୁକ୍ତ ପ୍ରଦୀପ ମାଇତି ଦୋକାନରେ ପହଞ୍ଚି ପୁରୁଣା ଟଙ୍କା ବଦଳରେ ଦୁଇ ଗୁଣା ନୂଆ ଟଙ୍କା ଦେବାକୁ ପ୍ରଲୋଭନ ଦେଖାଇଥିଲା। ଠକ କଥାକୁ ବିଶ୍ବାସକୁ ନେଇ ବ୍ୟବସାୟୀ ଦ୍ବୟ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ‌େହାଇଥିଲେ। ଏହା ବଦଳରେ ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଅଭିଯୁକ୍ତ ପ୍ରଦୀପ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା। ତେବେ ବିଚିତ୍ରାନନ୍ଦଙ୍କ ସଦର ଥାନା ଭାଣପୁରଠାରେ ଥିବା ଓୗଷଧ ଗୋଦାମ ନିକଟରେ ଏହି ଟଙ୍କା ଦେଣ ନେଣ ହେବ ବୋଲି ସ୍ଥିର ହୋଇଥିଲା। ତଦନୁସାରେ, ପ୍ରଦୀପ ଭାଣପୁରରେ ପହଞ୍ଚି ତାଲା ପଡ଼ିଥିବା ଏକ ଆଟାଚିକୁ ବିଚିତ୍ରାନନ୍ଦଙ୍କୁ ଦେଇ ୫୦ ଲକ୍ଷ ଟଙ୍କା ଥିବା କହି ତାଙ୍କଠାରୁ ୨୫ଲକ୍ଷ ଟଙ୍କା ପୁରୁଣା ନୋଟ୍ ଭର୍ତି ବ୍ୟାଗ୍ ନେଇ ପଳାଇଥିଲା। କିଛି ସମୟ ପରେ ଜଣେ ବ୍ୟାଙ୍କ୍୍ କର୍ମଚାରୀ ଆସିଲେ ଟଙ୍କା ଗଣାା ହେବ ବୋଲିି ଅଭିଯୁକ୍ତ ପ୍ରଦୀପ କହିଥିଲା। ମାତ୍ର ଦୀର୍ଘ ସମୟ ଅପେକ୍ଷା କରିବା ପରେ କେହି ନ ଆସିବାରୁ ବିଚିତ୍ରାନନ୍ଦ ଆଟାଚ୍ ତାଲା ଭାଙ୍ଗି ଥିଲେ। ଭିତରେ କାଗଜ ଟୁକୁଡ଼ା ଥିବା ଦେଖି ସେ ଓ ସନ୍ତୋଷ ହତବାକ୍‌ ହୋଇଯାଇଥିଲେ। ଠକେଇର ଶିକାର ହୋଇଥିବା ଜାଣିପାରି ଦୁହେଁ ଗତ ୧୬ ତାରିଖରେ ସଦର ଥାନାରେ ଏତଲା ଦେଇଥିଲେ।

ପୁଲିସ ମାମଲା ରୁଜୁ କରି ଆଇଆଇସି ସୁଧା˚ଶୁ ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତ ପ୍ରଦୀପର ପତ୍ତା ପାଇନଥିଲେ। ତେବେ ପ୍ରଦୀପ କଲିକତାରେ ଥିବା କୌଣସି ସୂତ୍ରରୁ ଖବର ପାଇ ଏସ୍‌ଆଇ ଜ୍ଞାନରଞ୍ଜନ ମହାପାତ୍ର ସେଠାକୁ ଯାଇଥିଲେ। କଲିକତାରେ ୩ ଦିନ ଧରି ବିଭିନ୍ନ ସ୍ଥାନରେ ଛାନଭିନ କରି ଗତ ୫ ତାରିଖ ସ୍ଥାନୀୟ ବାଗୁଇଆଡ଼ି ଅଞ୍ଚଳରୁ ପ୍ରଦୀପକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ଏକ ଅନ୍ତଃ ରାଜ୍ୟ ଠକ ରୢାକେଟ ସକ୍ରିୟ ଥିବା ପୁଲିସ ଜାଣିବାକୁ ପାଇଥିବାରୁ ପୁୁଲିସ ପ୍ରଦୀପର ସହଯୋଗୀ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର