ବିଧାୟକଙ୍କ ମଣିଷ ପଣିଅା : ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କ ଶବ  କାନ୍ଧରେ  ବୋହିଲେ

ଆଠଗଡ:  ବିଧାୟକଙ୍କ ମଣିଷପଣିଆକୁ ନେଇ ଚର୍ଚ୍ଚା ହୋଇଛି । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କ ଶବ  କାନ୍ଧରେ  ବୋହିଛନ୍ତି।  ଆଠଗଡ ନିର୍ବାଚନ ମଣ୍ଡଳୀ କଣ୍ଡରେଇ ପଂଚାୟତ ସତ୍ୟନାରାୟଣପୁର ଗାଁରେ ରାମଚନ୍ଦ୍ର ଦାସଙ୍କ ଆଜି ସକାଳେ ପରଲୋକ ହୋଇଥିଲା । ଖବର ପାଇବା ମାତ୍ରେ ବିଧାୟକ ସାଂଗେ ସାଂଗେ ଯାଇ ଗାଁରେ ପହଞ୍ଚି ଥିଲେ । ଏପରିକି ବିଧାୟକ ନିଜେ କାନ୍ଧରେ ଶବ ବୋହି ଗାଁ ଶେଷ ଯାଏ ନେଇଥିଲେ । ପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା । ଏହି କାମ ଲାଗି ବିଧାୟକଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ସ୍ଥାନୀୟ ବାସିନ୍ଦା।

କିଛି ଦିନ ତଳେ ଏଭଳି ହିଁ ଏକ ଘଟଣା ଦେଖିବାକୁ ମିଳିଥିଲା ରେଙ୍ଗାଲିରେ । ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଥିଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ । କେବଳ ସେ ନୁହନ୍ତି, ତାଙ୍କ ପୁଅ ମଧ୍ୟ କାନ୍ଧ ଦେଇଥିଲେ । ରେଙ୍ଗାଲି ସୋଢାମାଲ ଅମାନାପାଲିରେ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଭିକ୍ଷାବୃତ୍ତି କରି ଚଳୁଥିଲେ । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳର କୌଣସି ଲୋକ କାନ୍ଧ ଦେବାକୁ ଆସିନଥିଲେ । ମାତ୍ର ଯେତେବେଳେ ବିଧାୟକ ଏସଂପର୍କରେ ଖବର ପାଇଥିଲେ ସେ ନିଜର ସବୁ କାର୍ଯ୍ୟକ୍ରମ ବାତିଲ କରି ନିଜର ଦୁଇ ପୁଅକୁ ସାଙ୍ଗରେ ଧରି ଉକ୍ତ ସ୍ଥାନରେ ପଂହଚି ଯାଇଥିଲେ । ଆଉ ବୃଦ୍ଧାଙ୍କ ମୃତଦେହକୁ କୋକଇରେ ବାନ୍ଧି ଶ୍ମଶାନକୁ ନେଇଥିଲେ । ଖାଲି ଏତିକି ନୁହେଁ ବୈଦିକ ରୀତିରେ ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କରାଇଥିଲେ ବିଧାୟକ ରମେଶ ପଟୁଆ।

ସମ୍ବନ୍ଧିତ ଖବର