ବାଲେଶ୍ୱର ଆରଟିଓ ଗିରଫ

କଟକ/ବାଲେଶ୍ୱର : ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରର ଆରଟିଓ ଅମରେଶ କୁମାର ପାତ୍ରଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ତାଙ୍କର ୧ କୋଟି ୨୭ ଲକ୍ଷ ୭୮ ହଜାର ୭୯୨ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ତାଙ୍କର ଆୟ ତୁଳନାରେ ଏହା ୨୧୬ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ତଦନ୍ତରୁ ଜଣା ପଡ଼ିବା ପରେ ତାଙ୍‌କୁ ଗିରଫ କରାଯାଇଛି। ଶ୍ରୀ ପାତ୍ରଙ୍କୁ ଆଜି କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ପାତ୍ରଙ୍କ ସଂପତ୍ତି ଆକଳନ ପାଇଁ ଅକ୍ଟୋବର ୨୫ ତାରିଖରେ ବିଡ଼ାନାସୀ ବାଇମୁଣ୍ଡି ଲେନ୍‌ରେ ଥିବା ଶ୍ରୀ ପାତ୍ରଙ୍କ ଘର, ବାଲେଶ୍ୱର ଅଙ୍ଗାରଗାଡ଼ିଆରେ ସେ ରହୁଥିବା ଭଡ଼ା ଘର, କେନ୍ଦ୍ରାପଡ଼ା ରାଜନଗର ଫିରକିଦାଣ୍ଡିରେ ଥିବା ତାଙ୍କ ପୈତୃକ ଘର, ଚୌଦ୍ୱାର କଳିଙ୍ଗ ଛକରେ ଥିବା ତାଙ୍କ ଶାଳକଙ୍କ ଘର, ଚୌଦ୍ୱାରରେ ତାଙ୍କ ଶାଳକଙ୍କ ନାମରେ ଥିବା ପେଟ୍ରୋଲ ପମ୍ପ, ବାଲେଶ୍ୱର ଅଫିସ, ଖୁଣ୍ଟୁଣିରେ ଥିବା ତାଙ୍କ ଶାଳକଙ୍କ ନାମରେ ହୋଟେଲ, ଭୁବନେଶ୍ୱର ମଧୁସୂଦନ ନଗରରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଆପାର୍ଟମେଣ୍ଟରେ ଚଢଉ କରାଯାଇଥିଲା।

ସମ୍ବନ୍ଧିତ ଖବର