ଭୀମରାଜପୁରରେ ବୋମା ମାଡ଼

ସାଲେପୁର : ଜଗତପୁର ଥାନା ଅନ୍ତର୍ଗତ ସାଲେପୁର ବ୍ଲକ୍‌ ଭୀମରାଜପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏହି ବୋମାମାଡରେ ଘରର କାନ୍ଥ ଭାଙ୍ଗି ଯାଇଛି। ବୋମାମାଡ଼ ସଂପର୍କରେ ଅକ୍ଷୟ କୁମାର ବେହେରା (ଫକୀର) ଜଗତ୍‌ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁଥିରେ ବୋମାମାଡ ଘଟଣାରେ ତାଙ୍କ ପରିବାରଲୋକଙ୍କ ସଂପୃକ୍ତିଥିବା ଅଭିଯୋଗରେ ଦର୍ଶାଯାଇଛି। ।

ଅଭିଯୋଗ ଅନୁସାରେ ଅକ୍ଷୟଙ୍କ ସମେତ ପରିବାର ଲୋକେ ଗତକାଲି ରାତିରେ ଘରେ ଶୋଇଥିଲେ। ସେହି ସମୟରେ ତାଙ୍କ ଘର ଉପରକୁ ଝରକାପାଖରୁ କେହି ଘରଭିତରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲା। ବୋମାମାଡ଼ ଶବ୍ଦରେ ଘରଲୋକ ଆତଙ୍କିତ ହୋଇ ଚିତ୍କାର କରିବାରୁ ପାଖ ପଡ଼ୋଶୀ ଉଠିଆସି ଘଟଣାସ୍ଥଳରେ ପହଂଚିଥିଲେ। ଅପରପଟେ ଅକ୍ଷୟ ତାଙ୍କ ଅଭିଯୋଗରେ ତାଙ୍କର ଦୁଇ ସଂପର୍କୀୟଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ତାଙ୍କ ଘର ଉପରକୁ ବୋମା ପକାଇ ଜୀବନରୁ ମାରିଦେବା ପାଇଁ ସେମାନେ ପୂର୍ବରୁ ଧମକ ଦେଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏପରିକି ପୂର୍ବରୁ ତାଙ୍କର ଜ୍ୱାଇଁ ଏବଂ ଶିବ ଉଭୟ ମିଶି ଅକ୍ଷୟଙ୍କ ପରିବାରକୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ସେମାନେ ଅକ୍ଷୟଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରି ଝରକା ପଟେ ବୋମାମାଡ଼ କରିଥିବାର ଅଭିଯୋଗ ହୋଇଛି।

ଏହି ବୋମାମାଡ଼ରେ ଅକ୍ଷୟଙ୍କ ଘରର କାନ୍ଥ ଫାଟିଯାଇଥିବା ବେଳେ ପରିବାର ସଦସ୍ୟଙ୍କର କୌଣସି କ୍ଷତି ଘଟିନଥିବା ଜଣାପଡିଛି। ଏ ସଂପର୍କରେ ଜଗତପୁର ଥାନା ଅଧିକାରୀ ଅନିଲ୍‌ କୁମାର ବେଉରାଙ୍କୁ ଯୋଗାଯୋଗ କରିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ଏହି ବୋମାମାଡ ହୋଇଛି ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର