କମିସନରେଟ୍ ପୁଲିସ୍‌କୁ ବୋମାମାଡ଼, ଇନ୍ସପେକ୍ଟର ଓ ୨ ପୁଲିସ ଆହତ

ଦୁର୍ଦ୍ଦାନ୍ତ ମନୁଆକୁ ଏନ୍‌କାଉଣ୍ଟର୍‌

କଟକ: ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ମନୁଆ ଓରଫ ମନୋଜ କୁମାର ସ୍ବାଇଁ କଟକ କମିସନେଟ୍‌ ପୁଲିସ୍‌ ଉପରକୁ ବୋମାମାଡ଼ କରିଛି। ଏହି ବୋମାମାଡ଼ରେ କମିସ‌ନରେଟ୍‌ ପୁଲିସ୍‌ର ଜଣେ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଅଧିକାରୀ ଆହତ ହୋଇଛନ୍ତି। ଅନ୍ୟପଟେ, ପୁଲିସ୍‌ର ପାଲଟା ଗୁଳିମାଡ଼ରେ ମନୁଆ ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମନୁଆ ହେଉଛି ଟିଟୋର ସହଯୋଗୀ ଓ ସେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନ ହତ୍ୟାକାଣ୍ତରେ ସମ୍ପୃକ୍ତ ଥିଲା। ତା’ ଘର ଜଗତସି˚ହପୁର ଜିଲ୍ଲା ଏରସମା ବୀରକିଶୋରପୁର। ଗତ ୧୬ ତାରିଖ ଦିନ ମିଶିରି ଫ୍ୟାକ୍ଟ୍ରି ମାଲିକ ଦାମୋଦର ଭଉଁସିଙ୍ଗାଙ୍କ ଅଞ୍ଚଳ ବେକରେ ଚୋଟ ମାରିବା ଘଟଣ‌ାରେ ପୁଲିସ୍‌ ତାକୁ ଖୋଜୁଥିଲା। ଏହି ଘଟଣାରେ ପୁଲିସ ଦଫା ୩୦୭ ଏବ˚ ୩୨୪ରେ ଏକ ମାମଲା (କେସ୍‌ ନ˚ ୫୯) ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଭୁଜାଲି ମାଡ଼ ପରେ କଟକରୁ ମନୁଆ ଫେରାର ହୋଇଯାଇଥିଲା। ଗତକାଲି ରାତିରେ ବିଶ୍ବଗୁର ଆଇନ କଲେଜ ପଛପଟ ମହାନଦୀ ପଠାରେ ଏକ ବ୍ୟାଗ୍‌ରେ ୫ଟି ବୋମା ଧରି ମନୁଆ ଯାଉଥିବା ସଂପର୍କରେ ଥାନା ଆଇଆଇସି ରବି ନାରାୟଣ ଭଞ୍ଜ କୌଣସି ସୂତ୍ରରୁ ଖବର ପାଇଥିଲେ। ପୁଲିସ ଖବର ପାଇ ରାତି ପ୍ରାୟ ୧ଟା ୩୦ ବେଳେ ସେଠାରେ ପହଞ୍ଚିଥିଲା। ମନୁଆ ଏକ ବ୍ୟାଗ୍‌ରେ ବୋମା ଧରି ଛିଡ଼ା ହୋଇଥିବା ବେଳେ ପୁଲିସ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ଟିମ୍‌କୁ ଦେଖି ମନୁଆ ଏକ ବୋମା ପୁଲିସ ଉପରକୁ ଫିଙ୍ଗିଥିଲା। ବୋମା ମାଡ଼ରେ ଥାନା ଆଇଆଇସି ଶ୍ରୀ ଭଞ୍ଜଙ୍କ ସମେତ ଏସ୍‌ଆଇ ସୁନିଲ ଯାଦବ ଏବ˚ ହାବିଲ୍‌ଦାର ଗୁଲାମ ମହମ୍ମଦ ଆହତ ହୋଇଥିଲେ। ଶ୍ରୀ ଭଞ୍ଜ ନିଜ ସର୍ଭିସ ରିଭଲ୍‌ଭରରୁ ଗୋଟିଏ ରାଉଣ୍ତ ଫାଙ୍କା ଗୁଳି ଚାଳନା କରିଥିଲେ। କିନ୍ତୁ ମନୁଆ ଆଉ ଏକ ବୋମା ପୁଲିସ ଟିମ୍‌ ଉପରକୁ ଫିଙ୍ଗିଥିଲା। ଶ୍ରୀ ଭଞ୍ଜ ଆତ୍ମରକ୍ଷା ପାଇଁ ଆଉ ଏକ ଗୁଳି ଫୁଟାଇବାରୁ ଗୁଳିଟି ମନୁଆର ବାମ ଗୋଡ଼ରେ ବାଜିଥିଲା। ଘଟଣା ସ୍ଥଳରେ ମନୁଆ ପଡ଼ିଯିବାରୁ ପୁଲିସ ତାକୁ କାବୁ କରି ନେବା ସହ ଅଫୁଟା ବୋମା ଜବତ କରିଥିଲା। ଏନ୍‌କାଉଣ୍ଟର ପରେ ମନୁଆକୁ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏ ସ˚କ୍ରାନ୍ତରେ ଏକ ମାମଲା ଦଫା ୩୦୭, ୩୨୩, ୩୫୨ ଏବ˚ ୯(୧-ବି) ଏକ୍ସପ୍ଲୋସିଭ୍‌ ଆକ୍ଟରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର