କଟକ: ନେମାଳରେ ଦୋକାନ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ନେମାଳ: ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ବୁଧବାର ରାତି ଦୁର୍ବୃତ୍ତମାନେ ଦୋକାନ ଉପରକୁ ବୋମାମାଡ଼ କରିଛନ୍ତି। ସୂଚନା ଅନୁସାରେ ସେକସନ୍‌ ବଜାରସ୍ଥିତ ଔଷଧ ଓ ମିଠା ଦେକାନ ଉପରେ ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ଗୋଟିଏ ପରେ ଗୋଟିଏ ୬ ଟି ବୋମା ଫିଙ୍ଗିଥିଲେ। ଏଥିରୁ ୪ଟି ବୋମା ଫୁଟି ଧୂଆଁ ସୃଷ୍ଟି ହୋଇଥିବା ବେଳେ ୨ଟି ଜୀବନ୍ତ ବୋମାକୁ ପୁଲିସ ଜବତ କରିଛି। ମାତ୍ର ୧୦ ମିନିଟ ମଧ୍ୟରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତମାନେ ଫେରାର ଥିବା ଜଣାପଡ଼ିଛି। ବୋମାମାଡ଼ରେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର