ଅନୁଗୁଳରୁ ଲୁଟ୍‌, କଣ୍ଟେନର ଟାଙ୍ଗୀରୁ ଜବତ : ୪୦ ଲକ୍ଷର ବୈଦ୍ୟୁତିକ ଯନ୍ତ୍ର ଜବତ

ଚୌଦ୍ବାର-ଗୁରୁଡିଝାଟିଆ/ଟାଙ୍ଗୀ : ଅନୁଗୁଳ ସହର ନିକଟରୁ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରପାତି ସହ ଲୁଟ୍‌ ହୋଇଥିବା ଏକ କଣ୍ଟେନର କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ। ଘଟଣାରେ ସ˚ପୃକ୍ତ ୩ ଜଣଙ୍କୁ ପୁଲିସ ଅଟକ ରଖିଥିଲା ବେଳେ ୨ଟି ବାଇକ, ୪ଟି ମୋବାଇଲ ଜବତ କରିଛି।

ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକଙ୍କଠୁ ମିଳିଥିବା ସୂଚନାନୁସାରେ, ଗତ ୪ ତାରିଖ ସନ୍ଧ୍ୟାରେ ଅନୁଗୁଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ୬ଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତାରେ ଯାଉଥିବା କଣ୍ଟେନର (ଏମ୍‌ଏଚ୍‌୪୦ବିଜି୫୮୬୮)କୁ ଅଟକାଇଥିଲେ। ପରେ ସେମାନେ ଭୁଜାଲି ସାହାଯ୍ୟରେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ହେଲ୍‌ପରକୁ ମାଡମାରି କଣ୍ଟେନର ନେଇ ଢେଙ୍କାନାଳ ଅଭିମୁଖେ ପଳାଇଆସିଥି‌େଲ। କଣ୍ଟେନରଟି ଗତି ପରିବହନ ସ˚ସ୍ଥାର ଥିଲା। ଗୁଜୁରାଟ ଉଦୋଦରା ଜିଲ୍ଲା ସାଲଭୀସ୍ଥିତ ଗିଆ ରେଫ୍ରିଜରେସନ କ˚ପାନିରୁ ପାରାଦୀପ ୟୁନିଟ-୧୨, ଟ୍ରେଡ ସେଣ୍ଟରରେ ଥିବା ସାଧବ ଅଫସୋର ଇଞ୍ଜିନିୟରି˚ କ˚ପାନିକୁ ବୈଦ୍ୟୁତିକ ଭାଲବ, ମଟର, କଏଲ, କେମିକାଲ ଇତ୍ୟାଦି ନେଇ ଯାଉଥିଲା କ‌େଣ୍ଟନର। ଅନୁଗୁଳରୁ କଣ୍ଟେନରଟିକୁ ଲୁଟ କରିବା ପରେ ଲୁଟେରାମାନେ ଏହାକୁ ଜାତୀୟ ରାଜପଥ-୧୬ରେ ଥିବା ନିର୍ଗୁଣ୍ତି ଟୋଲ୍‌ ଗେଟ ଦେଇ ପାର ହୋଇଥିଲେ। ଏ ସ˚ପର୍କରେ ଅନୁଗୁଳ ପୁଲିସଠାରୁ ଖବର ପାଇବା ପରେ ନିର୍ଗୁଣ୍ତି ଟୋଲଗେଟ୍‌ ସିସିଟିଭି ଯାଞ୍ଚ କରିବା ପରେ ୪ତାରିଖ ରାତି ୧୨ଟା ୪୦ମିନିଟ ସମୟରେ ଗେଟ୍‌ ପାର୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଥାନା ଅଧିକାରୀ ବିମଳ ବାରିକ ତଦନ୍ତ ଜାରି ରଖି ହରିଅନ୍ତା ପଞ୍ଚାୟତ ତରୋତ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ କଣ୍ଟେନରଟି ଥିବା ସୂଚନା ପାଇ ଚଢଉ କରିଥିଲେ। ଚଢଉ ବେଳେ ସେଠାରେ କେହି ନଥିଲେ। କଣ୍ଟେନରଟିର କବାଟ ଭଙ୍ଗାଯିବା ସହ ତଳେ ୩ଟି ମଟର ଓ ଅନ୍ୟ କିଛି ଯନ୍ତ୍ର ପଡିଥିବାର ଦେଖିବାକୁ ମିଳିଥିଲା। ପରେ ଏହି ସ୍ଥାନଠାରୁ ଅଳ୍ପ ଦୂରରେ ଥିବା ଏକ କ୍ଲବ ଘରେ ଚଢଉକରି ପୁଲିସ ସେଠାରେ ଶୋଇଥିବା ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେବା ସହ ସେଠାରେ ଥିବା ଅନୁଗୁଳ ଓ ଚଣ୍ତିଖୋଲ ଅଞ୍ଚଳର ଆପାଚି (ଓଡି୧୯ଏଲ୍‌ ୪୨୭୧) ଓ ପଲ୍‌ସର (ଓଡି୦୪ଜେ୪୨୭୧)କୁ ଜବତ କରିଥିଲା। ପରେ କ୍ଲବ ମଧ୍ୟରେ ତଲାସ କରିବାରୁ ସେଠାରୁ ରାଜେନ୍ଦ୍ର ବେହେରା ନାମକ ଯୁବକର ଡ୍ରାଇଭି˚ ଲାଇସେନ୍ସ, ଗୋଟିଏ ସ୍ଲାଇରେଞ୍ଜ, ଗୋଟିଏ ଗ୍ଲାସ, ୨ଟି ଛୁରୀ, ଗୋଟିଏ ଲୁହା ରଡ୍‌, ଗୋଟିଏ ଖେଳଣା ବନ୍ଧୁକ ମିଳିଥିଲା।

ସମ୍ବନ୍ଧିତ ଖବର