ଠିକାଦାରୀକୁ ନେଇ ବିବାଦ : ମିକ୍ସଚର ମେସିନ ଓ ପିଚୁ ଜାଳିଦେଲେ

କିଶନନଗର : ଠିକାକାମକୁ ନେଇ ଦେଖାଦେଇଛି ବିବାଦ। କାମ ଆରମ୍ଭ ନହେବା ପୂର୍ବରୁ ମିକ୍ସଚର ମେସିନ୍‌କୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କିଶନନଗର ଥାନା ଅନ୍ତର୍ଗତ ରଟିଲୋ-ପାଣିମାଣ୍ଡୁଅ ରାସ୍ତା ମରାମତି ପାଇଁ ଆସିଥିବା ମିକ୍ସଚର ମେସିନ ଓ ପିଚୁ ତରଳାଇବା ପାଇଁ ଆସିଥିବା ଜାଳେଣୀ କାଠକୁ ମଧ୍ୟ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ଦୁର୍ବୃତ୍ତମାନେ ଧଳା ଇଣ୍ଡିଗୋ କାରରେ ଆସି ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଖାଲି ଜାର୍‌କୁ ଜବତ୍‌ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, କଟକ ଆରଡି ଡିଭିଜନ -୧ର ନେମାଳ ସେକ୍ସନ ଅଧୀନରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରଟିଲୋ-ପାଣିମାଣ୍ଡୁଅ ରାସ୍ତା ମରାମତି କାମ ଆରମ୍ଭ ହୋଇଛି। କାମ ପାଇଁ ଠିକାଦାର ପିଚୁ, ପିଚୁ ତରଳାଇବା ସେସିନ, ଜାଳକାଠ ସମେତ ବିଭିନ୍ନ ସେମିନ୍‌ ରଖିଥିଲେ। ତେବେ ଗତକାଲି ଜାଗର ରାତିରେ ୩/୪ଜଣ ଦୁର୍ବୃତ୍ତ କାରରେ ଆସି ମେସିନ୍‌ରେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ମେସିନ୍‌ ରଖାଯାଇଥିବା ସ୍ଥାନ ପାଖରେ ଏକ ଶୈବପୀଠ ଥିବାରୁ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଠିକାଦାର ରଶ୍ମିରଂଜନ ଦାସଙ୍କ ପକ୍ଷରୁ କିଶନନଗର ଥାନାରେ ଏନେଇ ଲିଖିତ ଏତଲା ଦିଆଯାଇଛି।

ସମ୍ବନ୍ଧିତ ଖବର