କଟକ ବିଗ୍‌ ବଜାରରେ ଅଗ୍ନିକାଣ୍ଡ

କଟକ: ସୋମବାର ପ୍ରତ୍ୟୁଷରେ ସ୍ଥାନୀୟ ଦରଘା ବଜାର ପୁରୁଣା ଜେଲ୍‌ ପରିସରସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍କେଡ୍‌ରେ ଥିବା ବିଗ୍‌ ବଜାରରେ ନିଆଁ ଲାଗିଛି।

ନିଆଁ ଚତୁର୍ଥ ମହଲାରେ ଲାଗିଛି। ତିନିଟି ଦମକଳ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାରେ ସମର୍ଥ ହୋଇଛନ୍ତି।

କାହିଁକି ନିଆଁ ଲାଗିଛି ତାହା ଜଣା ପଡିନାହିଁ।

ନିଆଁ ଲଗିଥିବା କଥା ରାତି ପ୍ରାୟ ୩: ୩୦ ପରେ ଜଣାପଡ଼ିବା ପରେ ବିଗ୍‌ ବଜାର କର୍ତ୍ତୃପକ୍ଷ ବକ୍ସିବଜାର ଅନ୍ତର୍ଗତ ପୁଲିସ ମୁଖ୍ୟାଳୟରେ ଥିବା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଦମକଳବାହିନୀ ବିଗ୍‌ବଜାରର ଅଣଓସାରିଆ ଏକ୍‌ଜିଟ୍‌ ପଏଣ୍ଟ୍‌ କବାଟ ଭାଙ୍ଗି ପ୍ରବେଶ କରିବା ସମୟରେ ସମଗ୍ର ଅଟ୍ଟାଳିକାକୁ ଧୂଆଁ ଆବୃତ କରି ପକାଇଥିଲା।

ପ୍ରାୟ ଦେଢ଼ ଘଣ୍ଟା ଉଦ୍ୟମ କରିବା ପରେ ସେମାନେ ନିଆଁ ଲିଭାଇ ଥିଲେ। ଚତୁର୍ଥ ମହଲାରେ ଥିବା ବିଗ୍‌ବଜାରର ମାଲ୍‌ପତ୍ର ସବୁ ପୋଡ଼ି ଅଙ୍ଗାର ହୋଇ ଯାଇଛି।

ସମ୍ବନ୍ଧିତ ଖବର