କଟକ : ସପ୍ଟଓୟାର ଇଞ୍ଜିନିୟର ଚାକିରି ଲୋଭରେ ଠକାମୀର ଶିକର ହେଲେ ଜଣେ ସପ୍ଟଓୟାର ଇଞ୍ଜିନିୟର। ତାଙ୍କଠୁ ସାଇବର ଅପରାଧୀ ୯୦ ହଜାର ଲୁଟ୍ କରି ନେଇଛନ୍ତି। ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚର ସାଇବର ଥାନାରେ ଠକାମୀର ଶିକାର ଇଞ୍ଜିନିୟର ଅଭିଯୋଗ କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରାଇମ୍ବ୍ରାଞ୍ଜ ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶ୍ୱଜିତ ପ୍ରଧାନ ଜଣେ ସପ୍ଟଓୟାର ଇଞ୍ଜିନିୟର। ସେ ୧୫ ଦିନ ତଳେ ଜାତୀୟ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା https://www.shine.com ରେ ନିଯୁକ୍ତି ପାଇଁ ନାମ ପଞ୍ଜୀକରଣ କରିଥିଲେ। ଗତ ୧୦ ଓ ୧୧ ତାରିଖରେ ବିଶ୍ୱଜିତଙ୍କ ପଞ୍ଜୀକରଣ ହୋଇଥିବା ମୋବାଇଲ୍କୁ ସମ୍ପୃକ୍ତ େଓ୍ଵବ୍ସାଇଟ୍ ପକ୍ଷରୁ ଫୋନ୍ ଆସିଥିଲା। ପଞ୍ଜୀକରଣ ବାବଦରେ ୧୦ ଟଙ୍କା ଅନ୍ଲାଇନ୍ େଓ୍ଵବ୍ସାଇଟ୍ www. shine.in ରେ ଜମା କରିବାକୁ କହିଥିଲେ। ବିଶ୍ୱଜିତ ଫୋନ୍ କଲ୍ ପାଇବା ପରେ ସମ୍ପୃକ୍ତ େଓ୍ଵବ୍ସାଇଟ୍ରେ ଟଙ୍କା ଜମା କରିଥିଲେ। ଉକ୍ତ େଓ୍ଵବ୍ସାଇଟ୍ ଜରିଆରେ ଆଇଡି ଓ ପାସ୍ଓ୍ଵାଡ୍ ଦେଇ ଟଙ୍କା ଅନ୍ଲାଇନ୍ରେ ପଠାଇବା ବେଳେ ସାଇବର ଅପରାଧୀ ତାଙ୍କ ୟୁଜର୍ ନେମ୍ ଏବଂ ପାସ୍ଓ୍ଵାଡ୍ ଚୋରି କରିନେଇଥିଲେ। ୧୧ ତାରିଖରେ ବ୍ୟାଙ୍କ ଜମା ଖାତାରୁ ୯୦ ହଜାର ଟଙ୍କା ଗାଏବ୍ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ପ୍ରଥମେ ଇନ୍ଫୋସିସ ଥାନା ଅଧିନରେ ଜମା ଖାତା ଖୋଲିଥିବା ଏକ୍ସିସ୍ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରିଥିଲେ। କିନ୍ତୁ ଟଙ୍କା ଫେରସ୍ତ ନହେବାରୁ କ୍ରାଇମ୍ବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ କରିଛନ୍ତି। କ୍ରାଇମ୍ବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି ।