୩୦୦ ଲିଟର ନକଲି ତେଲ ଜବତ

କଟକ : ଶସ୍ତା ରିଫାଇନ୍‌ ତେଲକୁ ରାତାରାତି ସୋରିଷ ତେଲ କରାଯାଉଥିଲାା ପ୍ରତି ଟିଣ ପିଛା ୨୦୦ ଟଙ୍କା ଲାଭରେ ଅଧା ଓଡ଼ିଶାକୁ ନକଲି ତେଲ ଚାଲାଣ କରୁଥିବା ଜଣେ ବେପାରୀକୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ହେଉଛି ଖାନନଗର ନୂଆସାହିର ରବି ଓରଫ ଚିତ୍ତ ରଞ୍ଜନ ରାଉତ(୪୦) । ପୁଲିସ ତା’ ନିକଟରୁ ପାଖାପାଖି ୩୦୦ ଲିଟର ନକଲି ତେଲ ଜବତ କରିଛି । ୬୦ଟି ୧୫ ଲିଟରିଆ ଡବଲ୍‌ ହିରଣ ସୋରିଷ ତେଲ ଜାର, ୩୧୫ଟି ରିଫାଇନ୍‌ ଜାର୍‌, ୨୦୦ଟି ଡବଲ ହିରଣ ଖାଲି ଜାର୍‌, ୫୨ଟି ଖାଲି ଟିଣ, ସିଲିଂ ମେସିନ୍‌, ଫ୍ରିଡମ୍‌ ରିଫାଇନ୍‌ ତେଲର ଷ୍ଟିକର୍‌, ଓଜନ ଯନ୍ତ୍ର ଇତ୍ୟାଦି ଜବତ କରାଯାଇଥିଲା। ନକଲି ତେଲ କାରଖାନର ଜଣେ କର୍ମଚାରୀ ଏବଂ ନକଲି କଞ୍ଚାମାଲ୍‌ ଯୋଗାଉଥିବା ଜଣେ ବ୍ୟବସାୟୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର