ଚନ୍ଦକାର ମାକନା ହାତୀ ଆକ୍ରମଣରେ ମଇଁଷି ମୃତ

ବାରଙ୍ଗ: ଶନିବାର ରାତିରେ ଚନ୍ଦକା ଅଞ୍ଚଳର ଏକ ମାକନା ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ଘଟିଛି।

ଗତରାତିରେ ହାତୀଟି ଅନ୍ଧାରୁଆ ଗ୍ରାମର ଚଗଲା ବେହେରାଙ୍କ ମଇଁଷି ଗୋଠ ଉପରେ ଚଢ଼ାଉ କରିଥିଲା। ହାତୀ ହାବୁଡ଼ରେ ପଡ଼ି ଗୋଠରେ ଥିବା ଗୋଟିଏ ମଇଁଷି ବାଛୁରୀର ମୃତ୍ୟୁ ଘଟିଥିବା ବେଳେ ବାକି ୯ଟି ମଇଁଷି ଇତଃସ୍ତତଃ ହୋଇ କିଏ କୁଆଡ଼େ ପଳାଇ ଯାଇଥିଲେ।

ସେମାନଙ୍କ ମଧ୍ୟରୁ ଏଯାବତ୍‌ ୬ଟି ମଇଁଷି ମଳିଛି ଏବଂ ଆହୁରି ୩ଟି ନିରୁଦ୍ଦେଶ ହୋଇ ଯାଇଛନ୍ତି।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟନାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

ଗତବର୍ଷ ମଧ୍ୟ ମାକନା ହାତୀ ଆକ୍ରମଣରେ ଚଗଲା ବେହେରାଙ୍କର ୩ଟି ମଇଁଷି ମରିଥିଲେ।

ଚନ୍ଦକା ଅଞ୍ଚଳରେ ମଧ୍ୟ ମାକନା ୪ଟି ମଇଁଷି ମାରିଥିଲା।

ସମ୍ବନ୍ଧିତ ଖବର