ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କଟକ: କମିସନରେଟ୍‌ ପୁଲିସ ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ଗୁରୁବାର ରାତି ଆହତ ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଜିମୂଳ ଅଞ୍ଚଳରେ ଥିବା ବେଳେ ଶେଖ କାଲାବାବୁ ଓ ଅଲେଖ ରାଉତରାୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉୟୟଙ୍କ ନାମରେ ଏକାଧିକ ମାମଲା ରହିଛି। ଗୋଟିଏ ବନ୍ଧୁକ ସହ ୨ଟି ଗୁଳି ଜବତ ହୋଇଛି। ଉଭୟ ଅପରାଧୀ ଅବଦୂଳ ରେହମାନଙ୍କ ଭାଇ ତାହିର ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିଲେ।

ସମ୍ବନ୍ଧିତ ଖବର