ଟାଙ୍ଗୀ: ଶହ ଶହ ନକଲି ସିମେଂଟ ବସ୍ତା ଜବତ। ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଏକ ଘରୁ ଏହି ନକଲି ସିମେଂଟ ଜବତ କରାଯାଇଛି। ଦୀର୍ଘ ଦିନ ହେବ ଏଠି ନକଲି ସିମେଂଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା। ଆଜି ଟାଙ୍ଗୀ ପୋଲିସ ସେହି ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ନକଲି କାରଖାନା ଚାଲିଥିବା ନେଇ ଖବର ପାଇଁ ଚଢ଼ଉ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚଢ଼ାଉ ସମୟରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥିବା ନକଲି ସିମେଂଟ ବସ୍ତା ସବୁ ଜବତ କରିଛି ପୁଲିସ୍। ଅସଲି ବ୍ରାଣ୍ଡ ଥିବା ଜରି ବସ୍ତାରେ ଏଠାରୁ ଶହ ଶହ ବସ୍ତା ନକଲି ସିମେଂଟ ଚାଲାଣ ହେଉଥିଲା। ସେହି ସ୍ଥାନରୁ ବହୁ ପରିମାଣର ନକଲି ଜରି ବସ୍ତା ଜବତ କରିଛି ପୋଲିସ୍। ସେହି ଘରକୁ ସିଲ୍ କରି ଅଧିକ ତଦନ୍ତ କରୁଛି ପୋଲିସ୍।