ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକରେ ଗୁଳିକାଣ୍ଡ, ଯୁବକ ମୃତ

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟକ ସହରରେ ରବିବାର ଗୁଳିକାଣ୍ଡ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ପିଠାପୁର କୋଠାସାହିରେ ଏହି ଗୁଳିକାଣ୍ଡ ହୋଇଛି। ଅପରାହ୍ନରେ ହୋଇଥିବା ଗୁଳିକାଣ୍ଡରେ ଦିଲ୍ଲୀପ ସାହୁ ନାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମିଳିବା ପରେ ପୁରୀଘାଟ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଥିବା ବେଳେ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର