ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ଯୁବତୀ କଲେ ଆତ୍ମହତ୍ୟା

ବାଙ୍ଗୀ: ଗୁରୁବାର ଅପରାହ୍ନରେ ବାଙ୍ଗୀ ସୁବର୍ଣ୍ଣପୁର-ଜାତମୁଣ୍ଡିଆରେ ପୋଲ ନିକଟରେ ସ୍କୁଟି ଥୋଇ ଜଣେ ଯୁବତୀ ମହାନଦୀକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି। ସେହି ବାଟ ଦେଇ ଯାଉଥିବା ଲୋକମାନେ କିଛି ବିଝିବା ପୂର୍ବରୁ ଯୁବତୀ ପୋଲରୁ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ସଙ୍ଗେସଙ୍ଗେ ଲୋକମାନେ ପୁଲିସକୁ ଖବର ଦେଇ ପାଣି ଭିତରକୁ ଯୁବତୀଙ୍କ ଉଦ୍ଧାର କରିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ସାରିଥିଲା। ମୃତ ଯୁବତୀଙ୍କ ନାମ ଶୋଫାଳିକା ମହାପାତ୍ର ଓ ତାଙ୍କ ପିତାଙ୍କ ନାମ ଉମେଶଚନ୍ଦ୍ର ମହାପାତ୍ର ଏବଂ ଘର ୨୨-୪୧/୩ ହାଉସିଂ ବୋର୍ଡ କଲୋନି ଚନ୍ଦ୍ରଶେଖରପୁରରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଯୁବତୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିବା ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ହୋଣ୍ଡା ଆକ୍ଟିଭା ଗାଡ଼ି ନମ୍ବର ଓଡି ୦୨ଏନ୍‌ ୧୧୩୬ ଓ ଏକ ବ୍ୟାଗ ଜବତ କରିଛି। ଏହି ବ୍ୟାଗ ଭିତରେ ପୁଲିସ ଶେଫାଳିକାଙ୍କ ଏକ ଆଇକାର୍ଡ ପାଇଥିଲା ଯେଉଁଥିରେ ସେ ଚତୁର୍ଥ ବର୍ଷ ସିଇଟି ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଏଯାବତ୍‌ ସ୍ପଷ୍ଟ ହୋଇ ପାରି ନାହିଁ। ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର