ଜଗତପୁରରେ ବେଆଇନ ବାଣ କାରଖାନା ଠାବ, ୩ ଗିରଫ

କଟକ-ଜଗତପୁର : ଜଗତପୁର ମହାଜନପୁରରେ ଚାଲିଥିବା ୩ଟି ବେଆଇନ ବାଣ କାରଖାନାରେ ପୁଲିସ ଚଢ଼ଉ କରିଛି। କାରଖାନାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିବା ସହ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ମାନେ ମହାଜନପୁରର ବୁଲୁ ମଲ୍ଲିକ, ଗୋବିନ୍ଦ ନାୟକ, ସ˚ଗ୍ରାମ ନାୟକ।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ବେଳେ ଜଗତପୁର ଥାନା ଇନ୍‌ସ୍ପେକ୍ଟର ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ଏକ ଟିମ୍‌ ବେଆଇନ ବାଣ କାରଖାନାରେ ଚଢ଼ଉ କରିଥିଲା। ଦୀପାବଳୀ ଉତ୍ସବ ଆସୁଥିବାରୁ ବ୍ୟବସାୟୀମାନେ ବାଣ ପ୍ରସ୍ତୁତ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ପାଖାପାଖି ୪ ଘଣ୍ଟା କାଳ ଚଢ଼ଉ ପରେ ବିପୁଳ ପରିମାଣରେ ଜବତ କରିଥିଲା। ଚଢ଼ଉରେ ଏସ୍‌ଆଇ ପ୍ରମୋଦ ଲେଙ୍କା, ରାକେଶ ବେହେରା ଏବ˚ ଅନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର