ବନ୍ଧୁକ ଦେଖାଇ ୮ଲକ୍ଷ ଲୁଟ୍‌

କଟକ : କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ତନ୍ତିସାହି ଛକରେ ଶୁକ୍ରବାର ବଡ ଧରଣର ଲୁଟ୍ ହୋଇଛି। ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ରାସ୍ତା ଉପରେ ବନ୍ଧୁକ ଦେଖାଇ ମାଡ ମାରିବା ସହ ତାଙ୍କର ବାଇକ୍‌ ଓ ସେଥିରେ ଥିବା ୮ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ବ୍ୟବସାୟୀ ଜଣଙ୍କ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହାନଦୀବିହାରରେ ଥିବା ଏକ ଚିକେନ୍ ଡିଷ୍ଟ୍ରିବ୍ୟୁଟରରେ ଆନନ୍ଦ କାନନ କାମ କରୁଛନ୍ତି। ଶୁକ୍ରବାର ଆନନ୍ଦ କାଉଣ୍ଟରରୁ ଟଙ୍କା ଆଦାୟ କରି ଫେରୁଥିଲେ। ଏହି ସମୟରେ ୪ଜଣ ଦୁର୍ବୃତ୍ତ ଅଧା ରାସ୍ତାରେ ଆନନ୍ଦଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। ଅନ୍ୟ ୨ଜଣ ଆନନ୍ଦଙ୍କୁ ମାଡ ମାରି ତାଙ୍କର ବାଇକ୍ ନେଇ ସେଠାରୁ ଫେରାର ହୋଇଯାଇଥଲେ।

ସମ୍ବନ୍ଧିତ ଖବର