ମାଲଗୋଦାମ ବ୍ୟବସାୟୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍ : ବାପ, ୨ ପୁଅ ଗିରଫ; ବନ୍ଧୁକ, ବାଇକ୍‌ ଜବତ

କଟକ : ପିଠାପୁର କୋଠସାହି ଲେନ୍‌ରେ ଗତ ରବିବାର ମାଲ୍‌ଗୋଦାମ ବ୍ୟବସାୟୀ ଦିଲ୍ଲୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ପୁରୀଘାଟ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ବାପ ଓ ଦୁଇ ପୁଅକୁ ଗିରଫ କରିଛି। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି କୋଠସାହି ଲେନ୍‌ର ଗେଡ ଓରଫ ପ୍ରଦୀପ ଜେନା(୬୫), ତାଙ୍କ ଦୁଇ ପୁଅ ପପୁ ଓରଫ ଅଜିତ ଜେନା (୩୬) ଓ ମନୋଜ କୁମାର ଜେନା (୨୫)। ଏମାନଙ୍କ ନିକଟରୁ ପୁଲିସ ଗୋଟିଏ ବନ୍ଧୁକ ଓ ଗୁଳି ସମେତ ଗୋଟିଏ ହିରୋ ମାଏଷ୍ଟ୍ରୋ ସ୍କୁଟର (ଓଡି୦୫ଡି-୫୦୪୪) ଜବତ କରିଛି।

ସୂଚନାନୁଯାୟୀ, ମୁଖ୍ୟ ଅଭିଯୁକ୍ତ ପପୁ ବିଭିନ୍ନ ଲୋକଙ୍କଠୁ ଟଙ୍କା ଧାର ଆଣି ସୁଝୁ ନଥିଲା। ଯିଏ ଟଙ୍କା ମାଗିବାକୁ ଆସୁଥିଲା, ତାଙ୍କୁ ଗାଳିଗୁଲଜ କରୁଥିଲା, ନଚେତ୍‌ ବନ୍ଧୁକ ଦେଖାଇ ଡରାଉଥିଲା। ମୃତକ ଦିଲ୍ଲୀପଙ୍କଠୁ ମଧ୍ୟ ପପୁ ୫ଲକ୍ଷ ଟଙ୍କା ଧାର ଆଣି ଆଉ ଫେରାଉ ନଥିଲା। ଟଙ୍କା ମାଗିଲେ ପପୁ ଧରାଛୁଆଁ ଦେଉନଥିଲା। ତେବେ ଘଟଣା ଦିନ ଅର୍ଥାତ୍‌ ୨୩ ତାରିଖରେ ପପୁ ଘରେ ଥିବା ଜାଣିବାକୁ ପାଇ ଦିଲ୍ଲୀପ ଟଙ୍କା ମାଗିବାକୁ ତାଙ୍କ ଘରକୁ ଯାଇଥିଲା। ପପୁ ଘରେ ଥିବା ଅବସ୍ଥାରେ ଦିଲ୍ଲୀପ ସେଠାରେ ପହଞ୍ଚିଥିଲା। ଟଙ୍କା ମାଗିବାରୁ ପ୍ରଥମେ ପପୁଙ୍କ ପରିବାର ଲୋକଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ପପୁଙ୍କ ବାପା ଗେଡ଼ ଏକ କାଠ ଫାଳିଆରେ ଦିଲ୍ଲୀପଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଘରେ ଥିବା ବନ୍ଧୁକ ଆଣି ପପୁ ହଠାତ୍‌ ଦିଲ୍ଲୀପଙ୍କ ଉପରକୁ ୫ରାଉଣ୍ତ ଗୁଳି ଚଳାଇଥିଲେ।

ସମ୍ବନ୍ଧିତ ଖବର