କଟକ: ହୋମ୍‌ଗାର୍ଡ-କନଷ୍ଟେବଲ ଆନ୍ଦୋଳନ ସ୍ଥଗିତ

କଟକ: ହାଇକୋର୍ଟ ପରିସରରେ ଗତ ଅକ୍ଟୋବର ୨୯ରେ କନ୍‌ଷ୍ଟେବଲଙ୍କୁ ମାଡ଼ ମାରିବା ଘଟଣା ପରେ ରବିବାର ହେବାକୁ ଥିବା ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ କରି ଦିଆଯାଇଛି। ହୋମ୍‌ଗାର୍ଡ଼-କନଷ୍ଟେବଲ୍‌ଙ୍କ ଦାବି ଅନୁସାରେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ଏବଂ କନଷ୍ଟେବଲ ଓ ହୋମଗାର୍ଡଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ମହାସଂଘର ସଭାପତି ସନ୍ତୋଷ ଶତପଥୀ ଶନିବାର କହିଛନ୍ତି। କଟକ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶତପଥୀ କହିଛନ୍ତି, ସରକାରଙ୍କ ନିକଟରେ ୩ଟି ଦାବି କରାଯାଇଥିଲା। ଏଥିରୁ ୨ଟି ପୂରଣ ହୋଇଛି। ଏଥି ସହିତ କନ୍‌ଷ୍ଟେବଲ୍‌ଙ୍କୁ ଆକ୍ରମଣ ଘଟଣାର ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।

ହୋମଗାର୍ଡ-କନଷ୍ଟେବଲ୍‌ ଅନ୍ଦୋଳନ ଜାରି ରହିଥିବା ବେଳେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ବର୍ତ୍ତମାନ ପରିସ୍ଥିତିରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପୁଲିସ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଉଦାରତା ଯୋଗୁଁ ଆଇନଜୀବୀମାନେ ଅସନ୍ତୋଷ ଦେଖାଯାଇଛନ୍ତି। ହାଇକୋର୍ଟ ବାର ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି, ସରକାର ଆନ୍ଦୋଳନର ସମାଧାନ ଚାହୁଁ ନାହାନ୍ତି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୨୯ରେ ହାଇକୋର୍ଟ ପରିସରରେ ପୁଲିସ କର୍ମୀ ସତ୍ୟନାରାୟଣ ସ୍ୱାଇଁଙ୍କୁ ମାଡ ହୋଇଥିଲା। ଏହି ଘଟଣା ସହିତ ଜଡିତ ଅଭିଯୁକ୍ତଙ୍କ ବିରୋଧରେ ସଂଘ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ସେହିଭଳି ଗତ ଅଗଷ୍ଟ ୨୮ରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିବା ଘଟଣରେ ନିଲମ୍ବିତ ହୋଇଥିବା ୩ଜଣ ପୁଲିସ କର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଉ ବୋଲି ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର