କଟକ-ସିଡିଏ : ସିଡିଏରେ ଜଣେ ଆଇଏଏସ୍ ଅଫିସରଙ୍କ ବାହାଘର ଭୋଜିରେ ନିମନ୍ତ୍ରିତ ଅତିଥଙ୍କ ବ୍ୟାଗ୍ ଚୋରି ହୋଇଛି। ମର୍କତନଗର ଥାନା ପୁଲିସ ଏହି ଚୋରି ଘଟଣାରେ ମା’-ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତ ମା’ ଶକୁନ୍ତଳା ବାରିକ(୫୫) ଏବ˚ ପୁଅ ବିଭାସ କୁମାର ବାରିକ(୩୫)ଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଚୋରି ହୋଇଥିବା ମୋବାଇଲ୍ ଏବ˚ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ପୁଲିସ ଜବତ କରିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିଡିଏରେ ଆଇଏଏସ୍ ଅଫିସରଙ୍କ ପରିବାର ସଦସ୍ୟଙ୍କ ବାହାଘର ଭୋଜି ଚାଲିଥିବା ବେଳେ ବଜ୍ରକବାଟି ରୋଡର ଜଣେ ଆଇନଜୀବୀ ଅରୂପ କୁମାର ପଣ୍ତା ତାଙ୍କ ସ୍ତ୍ରୀ ଓ ଝିଅଙ୍କ ସହିତ ଭୋଜି ଖାଇବାକୁ ଆସିଥିଲେ। ଭୋଜିରେ ତାଙ୍କ ଝିଅର ଭ୍ୟାନିଟ୍ ବ୍ୟାଗ ଚୋରି ହୋଇଥିଲା। ବ୍ୟାଗ୍ରେ ଥିବା ପ୍ରାୟ ୬୦ ହଜାର ଟଙ୍କାର ଦାମି ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ, ସୁନା ଅଳଙ୍କାର ଏବ˚ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି ହୋଇଇଥିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୋବାଇଲ୍ ନମ୍ବର ଟ୍ରାକି˚ କରି ସିଡିଏ ସେକ୍ଟର ୭ ମାଇନର ସ୍କୁଲ ପାଖ ପ୍ଲଟ ନ˚ ୮୨୭/ଏଫ୍ରେ ରହୁଥିବା ଶକୁନ୍ତଳା ଏବ˚ ବିଭାସକୁ ଗିରଫ କରିିଥିଲା। ସେମାନଙ୍କୁ ଜେରା ପରେ ପୁଲିସ ରୋଚକ ତଥ୍ୟ ହାସଲ କରିଥିଲା। ଉଭୟ ମା’-ପୁଅ ସିଡିଏ ଆଖପାଖ ଅଞ୍ଚଳରେ ଅଜଣା ଲୋକଙ୍କ ବାହାଘର ଭୋଜିକୁ ଯାଇ ଏଭଳି କାଣ୍ତ କରୁଥିଲେ। ଅନେକ ସମୟରେ ଏକାଧିକ ବାହାଘରରେ ଅତିଥିଙ୍କର ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ବେଳେ ପୁଲିସ ହାତରୁ କିନ୍ତୁ ଖସିଯାଉଥିଲେ।