ଗାଡ଼ି ଯାଞ୍ଚ ଆଳରେ ଲୁଟ, ବାଇଗଣ ବେପାରୀଙ୍କଠାରୁ ଛଡାଇ ନେଲେ ୮୨ ହଜାର

ଟାଙ୍ଗୀ :  ଗାଡ଼ି ଯାଞ୍ଚ ଆଳରେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୮୨ ହଜାର ଟଙ୍କା। ଏଭଳି ଏକ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଛକରେ। ଆଠ ମଲ୍ଲିକ ଅଞ୍ଚଳର ଦୁଇ ଜଣ ବ୍ୟବସାୟୀ ଏଭଳି ଲୁଟର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ ଦୁଇ ବ୍ୟବସାୟୀ ନିଜ ଅଞ୍ଚଳରୁ ବାଇଗଣ ନେଇ ଯାଜପୁର ଜିଲ୍ଲା ବାରବାଟୀ ହାଟକୁ ଯାଇଥିଲେ। ସେଠି ପରିବା ବିକି ଟଙ୍କା ଧରି ଏକ ପିକଅପ ଭ୍ୟାନରେ ଫେରୁଥିବା ବେଳେ ଗୋବିନ୍ଦପୁର ଛକ ନିକଟରେ ୩ ଜଣ ଯୁବକ ଏକ ପଲସର ବାଇକରେ ପଛପଟୁ ଆସି ସେମାନଙ୍କୁ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ କରାଯିବ ବୋଲି କହି ସେମାନଙ୍କ ସହ କଥା ହେବା ସହ କାଗଜପତ୍ର ମାଗିଥିଲେ। ପରେ ଧମକ ଦେଇ ବଳପୂର୍ବକ ୮୨ ହଜାର ଟଙ୍କା ଛଡ଼ାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ। ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର