ଭିଜିଲାନ୍ସ ଜାଲରେ କୋଟିପତି ଆର୍‌ଟିଓ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଢେଙ୍କାନାଳ ଆର୍‌ଟିଓ ବସନ୍ତ କୁମାର ବେହେରା। ତାଙ୍କର ଘର ଓ ଅନ୍ୟାନ୍ୟ ସ୍ଥାନରେ ଆଜି ଭିଜିଲାନ୍ସ ଚଢାଉ କରିଛି। ପ୍ରଥମ ଦିନର ଚଢାଉରୁ ୩କୋଟି ୮୫ ଲକ୍ଷ ୭୫୩୨୬ ଟଙ୍କାର ସମ୍ପତ୍ତି ଠାବ ହୋଇପାରିଛି। ଅଭିଯୁକ୍ତ ଆର୍‌ଟିଓଙ୍କ ଏସ୍‌ସିବି ମେଡିକାଲ୍‌ ପାଖରେ ଥିବା ସରକାରୀ କ୍ୱାର୍ଟର, ରାଣୀହାଟରେ ଥିବା କୋଠା ଘର, ଭୁବନେଶ୍ୱର ଡୁମ୍‌ଡୁମାରେ ଥିବା ୪ବିଏଚ୍‌କେ ଫ୍ଲାଟ୍‌, ଯାଜପୁର ବିଞ୍ଛାରପୁରଥାନା ଅନ୍ତର୍ଗତ ଅରିକଣାସ୍ଥିତ ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ଆର୍‌ଟିଓ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଠାବ ହୋଇଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରୁ କଟକ ଓ ଭୁବନେଶ୍ୱରରେ ଥିବା ୧କୋଟି ୮୬ଲକ୍ଷ ୮୫୮୫୦ ଟଙ୍କାର ୭ଟି ପ୍ଲଟ୍‌, ୬୦ଲକ୍ଷ ଟଙ୍କାର ଡୁମ୍‌ଡୁମାସ୍ଥିତ ୪ବିଏଚ୍‌କେ ଫ୍ଲାଟ୍‌, ୪୭ଲକ୍ଷ ୭୯୪୧ ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଜମାଟଙ୍କା, ୬ଲକ୍ଷ ୬୯୮୯୩ ଟଙ୍କାର ଏଲ୍‌ଆଇସି ପଲିସି, ୩୯ଲକ୍ଷ ୮୭୫୪ ଟଙ୍କାର ମର୍ସେଡିଜ୍‌ ବେଞ୍ଜ୍‌ କାର୍‌, ୧୨ଲକ୍ଷ ଟଙ୍କାର ଇନୋଭା କାର୍‌, ୭ଲକ୍ଷ ୫୭୦୦ ଟଙ୍କାର ହୋଣ୍ଡା ବ୍ରିଓ କାର୍‌, ୪ଲକ୍ଷ ୧୧୩୧୨ ଟଙ୍କାର ହ୍ୟୁଣ୍ଡାଇ ଆଇ-୧୦ କାର୍‌, ୮୦୦୩୪ ଟଙ୍କାର ଆକ୍ଟିଭା ସ୍କୁଟର ଓ ଟିଭିଏସ୍‌ ସ୍କୁଟି, ୩ଲକ୍ଷ୯୦ହଜାର ଟଙ୍କାର ସୁନାଗହଣା, ୧୩ଲକ୍ଷ ୯୨୨୮୨ ଟଙ୍କାର ଘରୋଇ ଉପକରଣ ଏବଂ ୩ଲକ୍ଷ ୪୪୭୯୦ ନଗଦ ଟଙ୍କା ରହିଛି। ଆସନ୍ତାକାଲି ମଧ୍ୟ ଚଢାଉ ଜାରି ରହିବ ବୋଲି କଟକ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର