କଟକ: ଫାଷ୍ଟଫୁଡ ଖାଇ ୬ କଲେଜ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବାଙ୍କୀ/କଟକ: କଲେଜ କ୍ୟାମ୍ପସ ଭିତରେ ବାହାରୁ ଆସିଥିବା ଫାଷ୍ଟଫୁଡ ଖାଦ୍ୟ ଖାଇ ବୁଧବାର ବାଙ୍କୀ କଲେଜର ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

 

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କଲେଜର ମା’ ଚର୍ଚ୍ଚିକା ଛାତ୍ରୀନିବାସର ୬ ଜଣ ଛାତ୍ରୀ କ୍ୟାମ୍ପସକୁ ବାହାରୁ ବିକିଆସିଥିବା ଫାଷ୍ଟଫୁଡ ଖାଇଥିଲେ। କିଛି ସମୟ ପରେ ସେମାନଙ୍କ ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ଦେଖାଯାଇଥିଲା।

ପରେ ଛାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଜ୍ୟୋର୍ତିମୟୀ ପଣ୍ଡା, ଅଲିଭା ପ୍ରଧାନ, ବିନ୍ଦୁରାଣୀ ବେହେରା, ଦିପ୍ତିପୟୀ ନାୟକ, ସ୍ଥିତପ୍ରଜ୍ଞା ସାହୁ ଓ ଅଙ୍କିତା ପ୍ରିୟଦର୍ଶିନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। 

 

ସମ୍ବନ୍ଧିତ ଖବର