କଟକ: ପରିତ୍ୟକ୍ତ ସ୍ପିନିଂ ମିଲ ପରିସରରୁ ୫ ମଣିଷ ଖପୁରୀ ଜବତ

କଟକ: ଆଠଗଡ଼ ବ୍ଲକର ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ ଥିବା ଏକ ସ୍ପିନିଂ ମିଲ୍‌ ପରିସରରେ ଅଳିଆ ଗଦାରୁ ମଙ୍ଗଳବାର ୫ଟି ମଣିଷ ଖପୁରୀ ଜବତ ହୋଇଛି। ବ୍ୟାଙ୍କ ଲୋନ୍‌ ସମସ୍ୟା ଯୋଗୁଁ ବହୁ ବର୍ଷ ହେବ ବନ୍ଦ ପଡ଼ିଥିବା ପରିତ୍ୟକ୍ତ ସ୍ପିନିଂ ମିଲ ନିକଟକୁ ମଣିଷ ଖପୁରୀ କେମିତି ଆସିଛି ସେ ବିଷୟରେ ଜଣା ପଡ଼ି ନଥିଲେ ମଧ୍ୟ ପୁଲିସ ବିଭିନ୍ନ ଘଟଣା କ୍ରମକୁ ନେଇ ତଦନ୍ତ ଆରମ୍ଭ କରି ଦେଇଛି। ଜବତ ହୋଇଥିବା ଖପୁରୀ ଗୁଡ଼ିକ ଜାନୁଆରୀ ୧୭ରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫରେନ୍‌ସିକ ଲାବ୍ରୋଟେରିକୁ ପଠାଯିବ ବୋଲି ଜଣାପଡ଼ିଛି।

ପରିତ୍ୟକ୍ତ ଅଳିଆ ଗଦା ନିକଟରେ ୫ଟି ମଣିଷ ଖପୁରୀ ଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। କୋଣସି ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନର ବଳି ଦେଇଥିବ ବୋଲି ସନ୍ଦେହ କରାଯାଉଛି। ମଣିଷ ଖପୁରୀ ଗୁଡ଼ିକ ସ୍ଥାନୀୟ ଅଞ୍ଚଳର କି ବାହାରୁ ଅଣାଯାଇଛି, ସେ ବିଷୟରେ କୌଣସି ତଥ୍ୟ ମିଳି ନାହିଁ। କିନ୍ତୁ ଘଟଣା ପ୍ରଘଟ ହେବା ମାତ୍ରେ ଲୋକମାନେ ଡରି ଯାଇଛନ୍ତି। କେହି କେହି କହୁଛନ୍ତି, ଗୁଣିଗାରେଡ଼ି ନେଇ ୫ଟି ମଣିଷଙ୍କୁ ବଳି ଦିଆଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ଦେଖାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର