ସୁନ୍ଦରଗଡ଼ ନିର୍ବାଚନୀ ମାମଲା, ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ

କଟକ : ସୁନ୍ଦରଗଡ଼ ବିଧାନସଭା ଆସନକୁ ନେଇ ରୁଜୁ ନିର୍ବାଚନୀ ମାମଲାରେ ବିଧାୟକ ଯୋଗେଶ ସିଂଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ବିଜେପିର ପରାଜିତ ପ୍ରାର୍ଥୀ ସହଦେବ ଖାକା ଓ ଭୋଟର୍‌ ଅଜୟ ପଟେଲ୍‌ଙ୍କ ପକ୍ଷରୁ ରୁଜୁ ଦୁଇ ନିର୍ବାଚନୀ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ବିଧାୟକଙ୍କ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ତାଙ୍କ ବିରୋଧରେ ନିର୍ବାଚନୀ ମୋକଦ୍ଦମା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଦର୍ଶାଯାଇଛି। ନଭେମ୍ବର ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଶ୍ରୀ ଖାକାଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରଓ୍ଵାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର