ଡକାୟତି ଯୋଜନା ପଣ୍ଡ : ଟିଟୋ ଗ୍ୟାଙ୍ଗର ୩ ଗିରଫ

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଆଡ଼ା ଜମାଇ ଡକାୟତି ଯୋଜନା କରୁଥିବା ଟିଟୋ ଗ୍ୟାଙ୍ଗର ତିନି ଦୁର୍ଦ୍ଦାନ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଚୋରା ବାଇକ୍‌ ଓ ଗୋଟିଏ ରିଭଲଭର ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ଖୁଣ୍ଟୁଣୀ ଗ୍ରାମର ହେମନ୍ତ ବେହେରା ଓ ସ୍ଥାନୀୟ ଡାଳୁଆ ଗ୍ରାମର ସୁଶାନ୍ତ ସାହୁ ଓ ଦେବରାଜ ସାହୁ। ପିଚୁ ଫ୍ୟାକ୍ଟ୍ରିରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦାଦା ବଟି ମାଗିବା, ମାର୍ଚ୍ଚ ୨୦ ତାରିଖ ରାତିରେ ଭୋଗରା ବୋମାମାଡ଼ ଘଟଣାରେ ଏମାନେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର