ଆଠଗଡ଼ : ପୁଲିସକୁ ଅଟକ ରଖିଲେ କୁସପଙ୍ଗୀ ଗ୍ରାମବାସୀ

ଆଠଗଡ଼ : ଆଠଗଡ଼ ଗୁରୁଡ଼ିଝାଟିଆ ଥାନା କୁସପଙ୍ଗୀ ଗାଁରେ ଆଜି ଗ୍ରାମବାସୀ ଗାଡ଼ି ସହ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ମଦ ବେପାରୀଙ୍କୁ ଧରିବା ପାଇଁ ପୁଲିସ ଗାଁକୁ ଯାଇଥିବାବେଳେ ଗ୍ରାମବାସୀ ପୁଲିସକୁ ଅଟକ ରଖିଥିଲେ । ପୁଲିସ ଗତକାଲି ମଦ ବିକିବା ଅଭିଯୋଗରେ ୪ ଜଣଙ୍କୁ ଉଠାଇ ନେଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଜଣକୁ ଛାଡ଼ି ଦେଇଥିଲା । ସେ ପୁଣି ଆଜି ମଦ ବିକିବା ସହ ହୋ ହାଲ୍ଲା କରିବାବେଳେ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା । ଏହି ସମୟରେ ପୁଲିସକୁ ଗ୍ରାମବାସୀ ଅଟକ ରଖିଥିଲେ ।

ସମ୍ବନ୍ଧିତ ଖବର