କୁଖ୍ୟାତ ଅପରାଧୀ ଅନିଲ ବେହେରା ଏନକାଉଣ୍ଟରରେ ଆହତ

କଟକ: କୁଖ୍ୟାତ ଅପରାଧୀ ଅନିଲ ବେହେରା ଓରଫ ଚିକୁ ଶୁକ୍ରବାର ଏନକାଉଣ୍ଟରରେ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକ ସହରର ପୁରୀଘାଟ ଅଞ୍ଚଳରେ ଅନିଲ ଥିବା ବେଳେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ନିଜର ଟିମ୍‌ ସହିତ ଘଟଣାସ୍ଥଳକୁ ପହଞ୍ଚି ଅନିଲ ଉପରକୁ ଅଚାନକ ଏନ୍‌କାଉଣ୍ଟର କରିଥିଲା। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ବୁଲେଟ ଗୁଳି ଜବତ ହୋଇଛି। ଆହତ ଅନିଲକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନିଲ ବିରୋଧରେ ବିଭିନ୍ନ ଥାନାରେ ଅନେକ ଗୁଡ଼ିଏ ଅପରାଧ ମାମଲା ରହିଛି ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ପୁଲିସ ଏନ୍‌କାଉଣ୍ଟର କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆହତ କରିଥିଲା। ପୁଲିସ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ ନିକଟରେ ବନ୍ଦ ଥିବା ଏକ ମଦ ଦୋକାନରେ ଲୁଚିଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ ଉପରକୁ ବୋମାମାଡ଼ କରି ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛି ବହୁ ଅପରାଧିକ ମାମଲାରେ ଜଡ଼ିତ ଖଜୁରିପଡ଼ା ଗ୍ରାମର ବବ୍‌ଲୁ ଓରଫ ଫିରୋଜ ଖାଁ। ଫିରୋଜର ବୋମାମାଡ଼ରେ ନିରାକାରପୁର ଥାନା ଅଧିକାରୀ ସରୋଜ ଉପାଧ୍ୟାୟ, ଏଏସଆଇ ଶଙ୍କର୍ଷଣ ଆଇଚ ଓ କନେଷ୍ଟବଳ ଅକ୍ଷୟ ଗୁମାନସିଂହ ଆହତ ହୋଇଛନ୍ତି। ତେବେ ବୋମାମାଡ଼ କରି ଖସିଯିବାକୁ ଉଦ୍ୟମ କରୁଥିବା ବବୁଲ ପୁଲିସ ଏନକାଉଣ୍ଟରେ ଆହତ ହୋଇଛି। ତାର ବାମଗୋଡ଼ରେ ଗୁଳି ବାଜିଛି। ୩ ଜଣ ପୁଲିସ ଅଧିକାରଙ୍କ ସହିତ ଅପରାଧୀ ବବୁଲଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର