କଟକ: ସପିଂ ମଲ୍‌ରେ ଯୁବତୀଙ୍କ ବେକ କାଟିଲେ ଯୁବକ, ନିସ୍ତୁକ ଖାଇଲେ ଛେଚା

କଟକ: ବାଦାମବାଡ଼ି ଥାନା ଅନ୍ତର୍ଗତ ବଜ୍ରକବାଟୀ ରୋଡସ୍ଥିତ ଏକ ସପିଂ ମଲରେ ଜଣେ ଯୁବକ ରବିବାର ସନ୍ଧ୍ୟାରେ ଜଣେ ଯୁବକ ନାରକୀୟ କାଣ୍ଡ କରିଥିବା ଜଣାପଡ଼ିଛି। ପୂର୍ବରୁ ଟାର୍ଗେଟ କରିଥିବା ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କ ବେକ କାଟିଛି। ଘଟଣା ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନେଇ ନିସ୍ତୁକ ମାଡମାରିଛନ୍ତି ଏବଂ ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଅନ୍ୟପକ୍ଷରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଯୁବତୀଙ୍କୁ ଆକ୍ରମଣ କରିବାର କାରଣ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର