ଯୁବତୀଙ୍କ ସହ ଶାରୀରିକ ସଂପର୍କର ରେକର୍ଡିଂ : ଅଭିଯୁକ୍ତ ଏମ୍‌ବିଏ ଡିଗ୍ରିଧାରୀ ଯୁବକ ଗିରଫ

କଟକ : ଫେସ୍‌ବୁକରେ ବନ୍ଧୁତା କରିବା ପରେ ଲଜ୍‌କୁ ନେଇ ଶାରୀରିକ ସଂପର୍କ ରଖିବା ଏବଂ ତାହାର ରେକର୍ଡିଂ କରି ମୋବାଇଲ୍‌ ଫୋନ୍‌ରେ ଛାଡିବା ଘଟଣାରେ ସଂପୃକ୍ତ ଜଣେ ଏମବିଏ ଡିଗ୍ରି ଧାରୀ ଯୁବକକୁ ଗିରଫ କରିଛି ମହିଳା ଥାନା ପୁଲିସ। ଏ ସମ୍ପର୍କରେ ଆଜି ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ମହିଳା ଥାନା ପୁଲିସ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସାଲେପୁର ରେବା ଅଞ୍ଚଳର ଦେବୀଦତ୍ତ ହରିଚନ୍ଦନ(୨୩) ବୋଲି ଜଣା ପଡିଛି। ତା’ ନିକଟରୁ ମୋବାଇଲ୍‌ ଫୋନ୍‌, ଅଶ୍ଳୀଳ ଭିଡିଓ ସମେତ ଅନ୍ୟ ଆପତ୍ତି ଜନକ ସାମଗ୍ରୀ ପୁଲିସ ଜବତ କରିଛି । ଛାତ୍ରୀଙ୍କୁ ଉଦ୍ଧାର କରି ତାଙ୍କ ବୟାନ ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ କଟକ ପୂର୍ବାଞ୍ଚଳର ନିର୍ଦ୍ଦିଷ୍ଟ ଏକ ମହିଳା କଲେଜ୍‌ରେ ଯୁକ୍ତ ୩ ତୃତୀୟ ବର୍ଷ ପଢ଼ୁଥିବା ଜଣେ ଛାତ୍ରୀ ଫେସ୍‌ବୁକରେ ୨୦୧୫ ମସିହାରେ ଦେବୀଦତ୍ତ ସହିତ ପରିଚିତ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ କରିବା ପରେ ସମ୍ପର୍କର ବଢ଼ିଥିଲା। ତୁଳସୀପୁର ବାଉରିଆସାହିରେ ଘର ଭଡ଼ା ନେଇ ରହୁଥିବା ଦେବୀଦତ୍ତ ଭୁବନେଶ୍ୱରେ ଏକ ଘରୋଇ କଲେଜ୍‌ରେ ଏମ୍‌ବିଏ ପଢ଼ୁଥିଲେ । ସମ୍ପୃକ୍ତ ଛାତ୍ରୀଙ୍କୁ ବାଦାମବାଡ଼ି ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ଏକ ଲଜ୍‌କୁ ଡାକି ସେଠାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଛାତ୍ରୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ତାଙ୍କ ସହିତ ରଖିଥିବା ଅନ୍ତରଂଗ ମୁହୂର୍ତ୍ତର ଦୃଶ୍ୟ ରେକର୍ଡ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଏମ୍‌ଏମ୍‌ଏସ୍‌ରେ ଇଜ୍ଜତ ନିଲାମ୍‌ : ଜଙ୍ଗଲରେ ହୋଇଥିଲା ସୁଟିଂ, ଧରାପଡ଼ିଲା ଅଭିଯୁକ୍ତ,ପୀଡ଼ିତା ଉଦ୍ଧାର

କଟକ : କଟକ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖି ତାହାର ଭିଡିଓ ରେକର୍ଡିଂ କରିବା ଏବଂ ଅଶ୍ଳୀଳ ଏମ୍‌ଏମ୍‌ଏସ୍‌ ଜରିଆରେ ବ୍ଲାକ୍‌ ମେଲ୍‌ କରିବା ଅଭିଯୋଗରେ କଟକ ମହିଳା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଯୁବତୀ ଜଣକ ନାବାଳିକା ଥିବା ସମୟରେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗୁରୁଡ଼ିଝାଟିଆ ଜଙ୍ଗଲରେ ଶାରୀରିକ ସମ୍ପର୍କ ରଖିଥିଲା ଦୁର୍ବୃତ୍ତ ଯୁବକ। ତାଙ୍କ ଅଜାଣତରେ ଅନ୍ତରଂଗ ମୁହୂର୍ତ୍ତର ରେକର୍ଡିଂ କରିଥିଲା। ସମ୍ପୃକ୍ତ ନାବାଳିକା ଜଣକ ସାବାଳିକା ହେବା ପରେ ଯୁବକଙ୍କୁୁ ବିବାହ ପାଇଁ କହିବାରୁ ଅଭିଯୁକ୍ତ ଜଣକ ବିବାହ ବଦଳର ରେକର୍ଡ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ ଆରମ୍ଭ କରିଥିଲା। ମହିଳା ଥାନା ପୁଲିସ ଆଜି ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ ଅଭିଯୋଗରେ ଗୁରୁଡ଼ିଝାଟିଆ କୋତର ଅଞ୍ଚଳର ସିଦ୍ଧାନ୍ତ କୁମାର ବିଶ୍ୱାଳ ଓରଫ ନିକି(୨୭)କୁ ଗିରଫ କରିଛି । ତା’ ନିକଟରୁ ମୋବାଇଲ୍‌ ଫୋନ୍‌, ଲ୍ୟାପ୍‌ଟପ ଏବଂ ପୀଡ଼ିତାଙ୍କ ଅଶ୍ଳୀଳ ଏମ୍‌ଏମ୍‌ଏସ୍‌ ଲ୍ୟାପ୍‌ଟପରୁ ଜବତ କରିଛି । ପୀଡ଼ିତା ଏବଂ ଅଭିଯୁକ୍ତ ସିଦ୍ଧାର୍ଥର ବଡ଼ ମେଡିକାଲ୍‌ରେ ଡାକ୍ତରୀ ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର