ଜୟପୁର: ଖଣ୍ଡା, ଭୂଜାଲି ଧରି ଡକାୟତି ଉଦ୍ୟମ କରୁଥିବା ବେଳେ ୭ ଯୁବକ ଗିରଫ

ଜୟପୁର: ଜୟପୁରରେ ଗତ ବୁଧବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୁଲିସ ୭ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ନଗଦ ଟଙ୍କା, ଖଣ୍ଡା, ଲୁହା ରଡ, ଲାଠି, ମୋବାଇଲ ଫୋନ୍‌ ଓ ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଗୁଡ଼ୁ ସିଂହ, ଜିତେନ୍ଦ୍ର ଯାଦବ, ଶିବଜି ରାଏ,ଅନିଲ କୁମାର ରାଏ, ଚନ୍ଦ୍ରଭୂଷଣ ସିଂହ, ସଞ୍ଜୟ ସିଂହ ଓ ବିକ୍ରାନ୍ତ ହରିଜନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ବୁଧବାର ପ୍ରାୟ ୧ଟା ସମୟରେ  ଦେହେପାଗୁଡା ଶ୍ମଶାନ ନିକଟରେ ୬ରୁ ୭ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଜୟପୁର ଟାଉନ୍‌ର କୌଣସି ଏକ ସ୍ଥାନରେ ଡକାୟତି କରିବେ ଯୋଜନା କରୁଥିଲେ। ଏହି ଡକାୟତି ଉଦ୍ୟମ ସମ୍ପର୍କରେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଆକସ୍ମିକ ଭାବେ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଡକାୟତି ଉଦ୍ୟମ କରୁଥିବା ୭ଜଣ ଯୁବକ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର