ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ପୁଲିସ; ଧରାପଡ଼ିଲେ ୫ଅଭିଯୁକ୍ତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଲୁଚି ରହିଥିବା ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ନରସିଂହଚରଣ ବିଗ୍ରହ, ଦିପୁ ମୁଣ୍ଡା, ଅନିଲ ପାତ୍ର ଓ ତନୁ ପାତ୍ର ବୋଲି ଜଣାପଡ଼ିିଛି। ଏମାନଙ୍କ ଠାରୁ ପୁଲିସ ବନ୍ଧୁକ, ଦୁଇଟି ଅଫୁଟାଗୁଳି, ଖଣ୍ଡା, ୩ଟି ଛୁରୀ ଓ ଏକ ବଲୋରୋ (ଓଆର୦୨ଏଆର୯୨୯୫)କୁ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ନରସିଂହଚରଣ ବିଗ୍ରହ, ଦିପୁ ମୁଣ୍ଡା, ଅନିଲ ପାତ୍ର ଓ ତନୁ ପାତ୍ର ଯୋଡାରୁ କଟକ-ଭୁବନେଶ୍ୱର ଯାଉଥିବା ବସ୍‌ରୁ ଏକ ବଲୋରୋ ଯୋଗେ ଡକାୟିତି ଉଦ୍ୟମ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଏହି ୫ଜଣ ଅଭିଯୁକ୍ତ ଯୋଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଲୁଚି ରହିଥିଲେ। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଏହି ଅଭିଯୁକ୍ତ ଲୁଚି ରହିଥିବା ସ୍ଥାନରେ ଚଢ଼ାଉ କରି ନରସିଂହଚରଣ ବିଗ୍ରହ, ଦିପୁ ମୁଣ୍ଡା, ଅନିଲ ପାତ୍ର ଓ ତନୁ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିବା ସହିତ ଏକ ବଡ଼ ଡକାୟିତି ଯୋଜନାକୁ ପୁଲିସ ପଣ୍ଡ କରି ଦେଇଥିଲା।

ସମ୍ବନ୍ଧିତ ଖବର