କେନ୍ଦ୍ରାପଡ଼ା: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ, ୭ ଡକାୟତ ଗିରଫ, ବିଦେଶୀ ଓ ନକଲି ବନ୍ଧୁକ ଜବତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅଁଳା ବାଙ୍କ ନିକଟରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୁଲିସ ୭ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କେନ୍ଦ୍ରପଡ଼ାର ହଲଦିଆ ଗ୍ରାମର ଜହିର୍‌ ଖାନ୍‌ଙ୍କ ପୁଅ ଜାକିର ଖାନ୍‌ (୩୧), ଠିକିରି ଗ୍ରାମର ଭଗବତ ବେହେରାଙ୍କ ପୁଅ ରାକେଶ ବେହେରା ଓରଫ ପପୁ (୨୧), ଏସ୍‌କେ ଜାକିର୍‌ଙ୍କ ପୁଅ ସୁରଜ ଓରଫ ଏସ୍‌କେ ସାହିର୍‌ (୨୦), ବରଦା ପ୍ରସନ୍ନ ଦାସ୍‌ଙ୍କ ପୁଅ ବିମଳ ପ୍ରସାଦ ଦାସ୍‌ ଓରଫ ବୁବୁ(୨୪), ଜଗତସିଂହପୁରର ଆୟୁବ୍‌ ଖାନ୍‌ଙ୍କ ପୁଅ ୟୁସିଫ୍‌ ଖାନ୍‌(୨୨), ଖୋର୍ଦ୍ଧାର ଏମ୍‌ଡି ହାନିଫ୍‌ଙ୍କ ପୁଅ ଚାନୁ ଓରଫ ଏମଡି ହାମସ୍କଲ୍‌ ଓ କଟକର ଗୋପିନାଥ ସେଠିଙ୍କ ପୁଅ ରଞ୍ଜନ କୁମାର ସେଠି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ସମସ୍ତ ୭ଜଣ ଡକାୟତ ଅଅଁଳା ନିକଟରେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଉଦ୍ୟମ କରୁଥିଲେ। ତେବେ ଡକାୟତଙ୍କ ଏହି ଉଦ୍ୟମ ସମ୍ପର୍କରେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଆକସ୍ମିକ ଚଢ଼ାଉ ଆରମ୍ଭ କରିଥିଲା। ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ପୁଲିସ ଚାରିଟି ଲୁହା ରଡ, ଦୁଇ ପକେଟ ଲଙ୍କାଗୁଣ୍ଡ, ଗୋଟିଏ ପକେଟ ସିଗାରେଟ ଓ ମାଚିସ୍‌ , ଦୁଇଟି ଅଧା ବୋତଲ ମଦ ଓ ଗ୍ଲାସ୍‌ ମିଳିଥିଲା । ଏହି ଚଢ଼ାଉ ସମୟରେ ଗିରଫ ହାକିର୍‌ ଖାନ୍‌ଠାରୁ ପୁଲିସ ବିଦେଶୀ ବନ୍ଧୁକ ଓ ଏସ୍‌କେ ସାହିଠାରୁ ନକଲି ବନ୍ଧୁକ ଜବତ କରିଛି। ଏଥିସହିତ ୭ଟି ମୋବାଇଲ୍‌ ଓ ଗୋଟିଏ ଧଳା ରଙ୍ଗର ଟିଭିଏସ୍‌, ଲାଲ ରଙ୍ଗର ଆପାଚି ଓ ହିରୋହଣ୍ଡା ସ୍ପ୍ଲେଣ୍ଡର୍‌ ବାଇକ ଜବତ କରିଛି।

ସମ୍ବନ୍ଧିତ ଖବର