ରାୟଗଡ଼ା:ଷ୍ଟେଟବ୍ୟାଙ୍କ ଶାଖାରୁ ଡକାୟତି ଉଦ୍ୟମ

କୋଲନରା: ରାୟଗଡ଼ା ଜିଲ୍ଲା କୋଲନଲା ବ୍ଲକ୍‌ ଗାଡ଼ି ଶେଷଖାଲ୍‌ ଗ୍ରାମପଞ୍ଚାୟତ ସଦରଠାରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରୁ ଗତକାଲି ଦୁର୍ବୃତ୍ତମାନେ ଡକାୟତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଏଠାରେ କାମ କରୁଥିବା ପିଅନ ଅନୁପ ମାର୍ଶେଲା ପହଞ୍ଚି ଦେଖିଥିଲା ଯେ ବ୍ୟାଙ୍କ କବାଟ ତଡ଼ାତଡି ହୋଇଥିଲା। ସେ ସଙ୍ଗେସଙ୍ଗେ ବ୍ରାଞ୍ଚ ମ୍ୟାନେଜର ଅନିଲ ଭୋଇଙ୍କୁ ଜଣାଇବା ପରେ ମ୍ୟାନଜର ଘଟଣାସ୍ଥଳରେ ପହଞ୍ଚି ଚିଫ୍‌ ମ୍ୟାନେଜର ଏନ୍‌.କ୍ରିଷ୍ଣାନ୍‌ ମୋହନଙ୍କୁ ଜଣାଇଥିଲେ।

ସୂଚନାଯୋଜ୍ୟ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ହଠାତ୍‌ ସାଇରନ୍‌ ବାଜି ଥିଲା। ଏହି ସାଇରନ୍‌ ସାଉଣ୍ଡ ଶୁଣି ଲୋକମାନେ ଭୟରେ ଉଠି ପଡ଼ିଥିଲେ। ତେବେ ଏହି ସାଇରନ୍‌ କେଉଁଠି ବାଜିଥିଲା ଲୋମାନେ ଜାଣିବା ପାଇଁ ବାହାରକୁ ଆସିଥିଲେ। ଖବର ପାଇ ପୁଲିସ ଆସିବା ପରେ ଦୁର୍ବୃତ୍ତମାନେ ସିସିଟିଭି ତାର କାଟିବା ପରେ ସାଇରନ୍‌ ତାର କଟିବାକୁ ଗଲା ବେଳେ ଏହି ସାାଇରନ୍‌ ବାଜିଥିବା ଅନୁମାନ କରାଯାଉଛି। ପୁଲିସ କୁକୁର ଆଣି ଅନୁସନ୍ଧାନ ଆରମ୍ଭ କରିବା ସହିତ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି। ବ୍ୟାଙ୍କ ଭିତରକୁ ଲୋକମାନଙ୍କୁ ଛଡ଼ାଯାଉ ନାହିଁ। ଲୋକମାନେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର