ନୂଆପଡ଼ା: ଶାଶୁକୁ ହତ୍ୟା କଲା ବୋହୂ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ଦୁଆଝର ଗ୍ରାମରେ ବୋହୂର କୋଦାଳ ବେଣ୍ଟ ମାଡ଼ରେ ଶାଶୁର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ଶାଶୁଙ୍କୁ ହତ୍ୟା କରିବା ପରେ ନିଜ ଦୁଇବର୍ଷର ପୁଅ ସହିତ ବୋହୂ ମିଲ୍ଲି ମଲ୍ଲିକ ଖରିଆର ଥାନାରେ ଆତ୍ମସମର୍ପଣ କରିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୩ /୪ ବର୍ଷ ତଳେ ଦୁଆଘର ଗ୍ରାମର ଦାଶରଥୀ ମେହେର ମିଲି ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ଦୁଇ ବର୍ଷର ପୁଅ ଅଛି। ତେବେ ଅଧିକାଂଶ ସମୟରେ ଦାଶରଥୀ ଘରଠାରୁ ଦୂରରେ ରହୁଥିବାରୁ ବୋହୂ ମିଲି ଓ ଶାଶୁ ଗୁଣମତି ମେହେରଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଗତକାଲି ରାତିରେ ମଧ୍ୟ ଦାଶରଥୀଙ୍କ ଅନୁପସ୍ଥିତିରେ ସେହିପରି ଝଗଡ଼ାଲାଗି ରହିବାରୁ ଉତ୍ତ୍ୟକ୍ତ ବୋହୂ ମିଲି ଘରେ ଥିବା ଏକ କୋଦାଳରେ ଶାଶୁ ଗୁଣମତିଙ୍କୁ ମୁଣ୍ଡକୁ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ଗୁଣମତିଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ମିଲି ଆସି ଥାନାରେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବା ସହିତ ଆତ୍ମ ସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର