ହତ୍ୟା ଅଭିଯୋଗରେ ଆଇନଜୀବୀଙ୍କୁ ବାନ୍ଧିଲା ପୁଲିସ୍ ! କାଜୁଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣାରେ ସମ୍ପୃକ୍ତ ଥିଲେ
ଭଞ୍ଜନଗର: ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପା ଗାଁ ନିକଟସ୍ଥ ଏକ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ କିଛିଦିନ ତଳେ ପୁଲିସ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଆଇନ୍ଜୀବୀଙ୍କୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ଆଇନଜୀବୀଙ୍କ ନାମ ଗୋଲକ ବେହେରା ବୋଲି ଜଣାପଡ଼ିଛି । ସେ ନୟାଗଡ଼ରେ ଓକିଲାତି କରନ୍ତି ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପେପଡ଼ା ପଞ୍ଚାୟତର ଲୁଣିଢ଼ିପା ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଯାଇଥିବା ବେଳେ ପାଦଚଲା ରାସ୍ତା କଡ଼ରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ଗାଁରେ ପ୍ରଚାର କରିବାରୁ ସଙ୍ଗସଙ୍ଗେ ଆଖପାଖ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଇଟାମାଟି ଗ୍ରାମର ବାଳକୃଷ୍ଣ ସାହୁ ବୋଲି ଚିହ୍ନଟ କରିଥିଲେ। ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ବାଳକୃଷ୍ଣ ଜଣେ ବ୍ୟବସାୟୀ ଥିଲେ।