ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଡଙ୍ଗରିଗୁଡ଼ା ଠାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ମହିଳାଙ୍କ ପରିବାର ଲୋକେ ଏହା ଏକ ହତ୍ୟା କାଣ୍ଡ ବୋଲି ଡାବୁଗାଁ ଥାନାରେ ଆଜି ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ୍ ଦଳ ତଦନ୍ତ କରି ଫେରିଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶାଲକର ଡ଼ାଙ୍ଗରିଗୁଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ଡାବୁଗାଁ ସଦର ଡଙ୍ଗରିଗୁଡ଼ା ଠାରେ ନିରଞ୍ଜନ ଦାସ ଙ୍କ ସ୍ତ୍ରୀ ନିଲେନ୍ଦ୍ରି ଦାସ (୨୫) ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିଲେ। ଘର ମଧ୍ୟରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଦିନ ୩ ଘଣ୍ଟ ସମୟରେ ଝରିଗାଁ ରେ ଥିବା ନିଲେନ୍ଦ୍ରିର ମା ଘରକୁ ଝିଅର ମୃତ୍ୟୁ ଖବର ଆସିଥିଲା। ସେମାନେ ଆସି ଦେଖିବା ବେଳକୁ ଝିଅ କିରୋସିନିରେ ପଡ଼ିଥିବା ଦେଖିଥିଲେ। ସ୍ୱାମୀ ନିରଞ୍ଜନ ଦାସ ତାଙ୍କ ଝିଅକୁ କିରୋସିନି ଢ଼ାଳି ମାରି ଦେଇଛି ବୋଲି ସନ୍ଦେହ କରି ମୃତ ନିଲେନ୍ଦ୍ରିର ମା ଡାଳିମ୍ବ ପାତ୍ର ଆଜି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।
ମୃତ ମହିଳାଙ୍କ ଗୋଟିଏ ଚାରି ବର୍ଷର ଝିଅ ଥିବା ବେଳେ ୪ ମାସର ପୁଅଟିଏ ଅଛି। ଗତ କେତେଦିନ ହେଲା ମୃତ ମହିଳାଙ୍କ ଶ୍ୱଶୁର ଘର ତାକୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ତା ମା’ ଡାଳିମ୍ବ ପାତ୍ର ଏତଲାରେ ଦର୍ଶାଇଥିବା ବେଳେ ସ୍ୱାମୀ ହିଁ ମୋ ଝିଅକୁ କିରୋସିନି ଢ଼ାଳି ହତ୍ୟା କରିଥାଇପାରେ ବୋଲି ଏତଲାରେ ଦର୍ଶାଇଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।